ଭଞ୍ଜନଗର ଦ୍ୱିତୀୟ ପର୍ଯ୍ୟାୟ ଟୀକା କରଣ ; ଉପଜିଲ୍ଲାପାଳ ନେଲେ ପ୍ରଥମ ଟୀକା

0
375

ଭଞ୍ଜନଗର (ନିଲୁ ବିଷୋୟୀ) ସାରା ରାଜ୍ୟରେ ଶନିବାର ଦ୍ୱିତୀୟ ପର୍ଯ୍ୟାୟ ଟୀକା କାରଣ ଆରମ୍ଭ ହୋଇଛି। ସେହିପରି ଭଞ୍ଜନଗର ରେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ରେ ଆଗଧାଡ଼ିର କୋଭିଡ଼ ଯୋଦ୍ଧାଙ୍କୁ ଟୀକା ଦିଆଯାଇଛି। ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ ପ୍ରଥମେ ଟୀକା ନେଇଥିଲେ। ଏହା ପରେ ବିଡ଼ିଓ ଅନିଲ କୁମାର ସେଠୀ,ତହସିଲଦାର ଆଲୋକ କୁମାର ପ୍ରଧାନ ଙ୍କ ସମେତ ଉଭୟ ବ୍ଲକ ଓ ରାଜସ୍ୱ କର୍ମଚାରୀ ମାନେ ଟୀକା ଗ୍ରହଣ କରିଥିଲେ। ପ୍ରଥମ ଦିନରେ ପାଖାପାଖି ୧୦୦ ଜଣ ଟୀକା ଗ୍ରହଣ କରିଥିବା ଜଣାପଡ଼ିଛି । ଏହି ଅବସରରେ ଉପଜିଲ୍ଲାପାଳ ଶ୍ରୀ ମିଞ୍ଜ କହିଛନ୍ତି ଏହା ସମ୍ପୂର୍ଣ୍ଣ ସୁରକ୍ଷିତ ଆଗକୁ ଆସି ଟୀକା ଗ୍ରହଣ କରିବାକୁ ସେ ସମସ୍ତ କର୍ମଚାରୀ ଙ୍କୁ ଅନୁରୋଧ କରିଛନ୍ତି

LEAVE A REPLY

Please enter your comment!
Please enter your name here