ଚାଷୀଙ୍କର ଧାନମଣ୍ଡି ପ୍ରତୀବାଦ କୁ ନେଇ ରାସ୍ତା ରୋକ

0
274

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା)ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଆର ସୀତାପୁର ଠାରେ ଅଭାବି ଚାଷୀଙ୍କ ଠାରୁ ମଣ୍ଡିରେ ଧାନ ନନେବା ପ୍ରତିବାଦରେ ରାସ୍ତାରୋକ କରିଥିଲେ । ଗଜପତି ଜିଲ୍ଲା ବିଜେପି କୃଷକମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳଙ୍କ ନେତୃତ୍ବରେ ଆର ସୀତାପୁର ପ୍ରାଥମିକ କୃଷି ସମବାୟ ସମିତି ଲିଃ କାର୍ଯ୍ଯାଳୟ ସମ୍ମୁଖ ଦେଇ ଯାଇଥିବା ଜାତୀୟ ରାଜପଥ ୩୨୬(A)କୁ ଶତାଧିକ ଚାଷୀଙ୍କ ଉପସ୍ଥିତ ରେ ରାସ୍ତା ରୋକ୍ କରିଥିଲେ । ଶ୍ରୀ ପାଳ ଆର ସୀତାପୁର ମଣ୍ଡିରେ ଚାଷୀମାନଙ୍କୁ ଧାନ ବିକ୍ରୟ କରାଯିବା ପାଇଁ ଟୋକେନ୍ ପ୍ରଦାନ କରାଯାଇଛି ।କିନ୍ତୁ ମଣ୍ଡି ଧାନ ଗ୍ରହଣ କରୁନାହିଁ ବୋଲି ଅଭିଯୋଗ କରିଛନ୍ତି । ଉକ୍ତ ମଣ୍ଡଳର ସମ୍ପାଦକ ମିଲର୍ ପାଖକୁ ଧାନ ଦେବାକୁ ପଠାଉଛି ।ମିଲର୍ ପାଖକୁ ଚାଷୀ ଗଲେ ସେମାନଙ୍କୁ ଧାନ ସଂଗ୍ରହ ପାଇଁ ଦିଆଯାଇଥିବା ଧାର୍ଯ୍ଯ ଲକ୍ଷ୍ୟ ପୂରଣ ହୋଇଯାଇଛି କହୁଛନ୍ତି ।ଯାହାଫଳରେ କି ଚାଷୀମାନେ ବ୍ଲକ ଠାରୁ ଜିଲ୍ଲାସ୍ତର ପଯ୍ୟନ୍ତ ରହିଥିବା ବିଭିନ୍ନ କାର୍ଯ୍ୟାଳୟକୁ ବାରମ୍ବାର ଦୈଡୁଥିଲେ ମଧ୍ୟ ତାଙ୍କର ଗୁହାରୀ କେହିହେଲେ କର୍ଣ୍ଣପାତ କରୁନଥିବା ବେଳେ FAQମାନ ଯାଞ୍ଚ କରିବା ନିମନ୍ତେ ପ୍ରାଥମିକ କୃଷି ସମବାୟ ସମିତି ଲିଃ ର ସମ୍ପାଦକଙ୍କୁ ଏକ ଯନ୍ତ୍ର ପ୍ରଦାନ କରାଯାଉଛି କିନ୍ତୁ ସେ ଯାଞ୍ଚ କରିବା ପରିବର୍ତ୍ତେ ମିଲର୍ ହାତରେ ଦେଖି ଧାନର ମାନ ନିଷ୍ପତି ନେଉଛନ୍ତି ବୋଲି ଶ୍ରୀ ପାଳ ଅଭିଯୋଗ କରିଛନ୍ତି । ଏଥିମଧ୍ୟରେ ୧୫ରୁ ଉର୍ଦ୍ଧ ଚାଷୀଙ୍କ ଟୋକେନ୍ ଅବଧି ଶେଷ ହୋଇଯାଇଛି ବୋଲି ଗଣମାଧ୍ୟମକୁ ଶ୍ରୀ ପାଳ କହିଛନ୍ତି । ଗୁରାଣ୍ଡି ଥାନା ପୋଲିସ , ପାରଳାଖେମୁଣ୍ଡି ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ସହକାରୀ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଚାଷୀଙ୍କ ସହ ଆଲୋଚନା କରିବା ପରେ ରାସ୍ତାରୋକ ହଟିଥିଲା ।ରାସ୍ତାରୋକ ଯୋଗୁଁ ବହୁସମୟ ଧରି ପାରଳାଖେମୁଣ୍ଡି ରୁ ମୋହନା ,ରାମଗିରି ଜିଲ୍ଲାର ଅନେକ ଅଞ୍ଚଳକୁ ଯାତାୟାତ କରୁଥିବା ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବାରୁ ସାଧାରଣ ଲୋକେ ଅସ୍ତବ୍ୟସ୍ତ ହୋଇ ଥିବା ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here