ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ

0
263

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ) ବିଶ୍ୱ କର୍କଟ ଦିବସ ପାଳନ ଅବସରରେ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିବାଗ ତରଫରୁ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ପରିଷରରୁ ଏକ ସଚେତନତା ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା । ଶୋଭାଯାତ୍ରାକୁ କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ରାଜଶ୍ରୀ ପଟ୍ଟନାୟକ ଏହି ଶୋଭାଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ପ୍ରକଳଳ୍ପ ପରିଚାଳକ,ଏ.ଡି.ଏମ.ଓଙ୍କ ସମେତ ସମସ୍ତ ସ୍ୱସ୍ଥ୍ୟ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ଶୋଭାଯାତ୍ରାରେ ଏ.ଏନ.ଏମ ଏବଂ ଜି.ଏନ.ଏମ ଛାତ୍ରୀ ମାନେ ଭାଗ ନେଇଥିଲେ । ଏହି ଶୋଭାଯାତ୍ରା ଫୁଲବାଣୀ ସହରରେ ଲୋକଙ୍କ ମଧ୍ୟରେ କର୍କଟ ରୋଗର ନିରାକରଣଏବଂ ଏହାର ଉପଚାର ବିଷୟରେ ଡାକବାଜି ଯନ୍ତ୍ର ଯୋଗେ ଲୋକଙ୍କୁ ସଚେତନ କରାଯାଇଥିଲା । ସ୍ତନ କର୍କଟଠାରୁ ଆରମ୍ଭ କରି ମହିଳା ମାନଙ୍କର ଗର୍ଭଶୟ କର୍କଟ,ତମାଖୁ ସେବନ ଯୋଗୁଁ ଲୋକେ ଆକ୍ରନ୍ତ ହେଉଥିବା ବିଭିନ୍ନ କର୍କଟ ରୋଗ ବାବଦରେ ଲୋକଙ୍କୁ ସଚେତନତା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here