କୁଶପଲ୍ଲୀ ବିଷପାନ ଘଟଣା, ଅଭିଯୋଗ ପରେ ମାମଲା ରୁଜ୍ଜୁ

0
308

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ଥାନା ଅନ୍ତର୍ଗତ କୁଶପଲ୍ଲୀ ଗ୍ରାମର ଜିତେନ୍ଦ୍ର ବିଷୋୟୀଙ୍କ ପତ୍ନୀ ପ୍ରିୟଙ୍କା କୌଣସି କାରଣରୁ ବିଷପାନ କରିବା ଯୋଗୁଁ ଶାଶୁଘର ଲୋକେ ଚିକିତ୍ସା ପାଇଁ ମେଡ଼ିକାଲ ନେଇଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟଙ୍କାଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପ୍ରିୟଙ୍କାଙ୍କ ମାଆ ବଡବୋରସିଙ୍ଗ ଗ୍ରାମର ପ୍ରମିଳା ପୋଲାଇ ଶାଶୁଘର ଲୋକଙ୍କ ବିରୁଦ୍ଧରେ ଲିଖିତ ଅଭିଯୋଗ ପରେ ବୁଗୁଡା ଥାନା କେଶ ନଂ ୪୫/୨୧ ପ୍ରକାରେ ଏକ ମାମଲା ରୁଜୁ କରାଯାଇଛି। ବୁଗୁଡା ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ଏଏସଆଇ ଯୁଧିଷ୍ଠିର ମହାଙ୍କଡ଼ଙ୍କୁ ଅନୁସନ୍ଧାନ ଦାୟିତ୍ୱ ଦିଆଯାଇଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here