ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବାକୁ ଗ୍ରାମବାସୀଙ୍କ ଦାବୀ

0
259

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଳକ ଅନ୍ତର୍ଗତ ଆଡାସିପଡା ପଞ୍ଚାୟତ ର ବ୍ରଡିପଡା ଠାରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯିବାକୁ ସରକାରଙ୍କ ନିଷ୍ପତିକୁ ବ୍ରାଡିପଡା ଗ୍ରାମର ଲୋକେ ବିରୋଧ କରି କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡିଙ୍କୁ ଏ ନେଇ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସେମାନେ କରିଥିବା ଦାବୀ ଅନୁସାରେ ବ୍ରଡୋପଡା ପ୍ରାଥମିକ ସ୍କୁଲରେ ଆଜି ସୁଦ୍ଧା ୨୨ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ସରକାରଙ୍କର ଗାଇଡଲାଇନ ମୁତାବକ ୧୫ ରୁ କମ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ଗୁଡିକୁ ବନ୍ଦ କରାଯିବାକୁ ନିର୍ଦ୍ଧେଶ ରହିଥିବାବେଳେ ବ୍ରଡିପଡା ପ୍ରଥମିକ ବିଦ୍ୟାଳୟରେ ୨୨ ଜଣ ଛାତ୍ରଛାତ୍ରୀ ଅଛନ୍ତି ।ତେବେ ଏହି ବିଦ୍ୟାଳୟକୁ କେଉଁ ନିୟମ ବଳରେ ଟୁକୁଲପଡା ପ୍ରଥମିକ ବିଦ୍ୟାଳୟକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତି ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ବ୍ରଡିପଡା ବିଦ୍ୟାଳୟ ରେ ପାଠପଢୁଥିବା ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କ ଘରଠାରୁ ନିକଟତମ ହୋଇଥିବାବେଳେ ଟୁକୁଲୁପଡା ବିଦ୍ୟାଳୟ ସେଠାରୁ ଅଧିକ ଦୁରତାରେ ଅଛି । ସେଠାକୁ ସେହି ପିଲାମାନଙ୍କୁ ଯାତାୟାତରେ ଅସୁବିଧା ହେବା ସହିତ ବିପଦ ମଧ୍ୟ ରହିଛି ବୋଲି କହିଛନ୍ତି ପିଲାଙ୍କ ଅଭିଭାବବକ ମାନେ । ସେମାନେ ଦେଇଥିବା ଦାବୀ ପତ୍ରରେ ବିଦ୍ୟାଳୟରେ ପାଠପଢୁଥିବା ସମସ୍ତ ୨୨ ଜଣ ପିଲାଙ୍କ ନାମ ମଧ୍ୟ ଉଲ୍ଲେଖ କରିଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here