ପାଟୁଳିସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

0
306

ଭଞ୍ଜନଗର/ବେଲଗୁଣ୍ଠା(ନ୍ୟୁଜଏକ୍ସଟ୍ରା) ବେଲଗୁଣ୍ଠା ବ୍ଲକ ଧୁମୁଛାଇ ପଞ୍ଚାୟତ ଅନ୍ତର୍ଗତ ପାଟୁଳିସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ସହ ବାର୍ଷିକ ପୁରଷ୍କାର ବିତରଣ ଉତ୍ସାବ ସାଂସଦ ପ୍ରତିନିଧି ତଥା ପୂର୍ବତନ ବ୍ଲକ ଅଧକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବେଲଗୁଣ୍ଠା ବ୍ଲକ ବିଡ଼ିଓ ଶଶୀଭୂଷଣ ମହାପାତ୍ର, ମୁଖ୍ୟବକ୍ତା ଭାବେ ଭଞ୍ଜନଗର ରୋଟାରୀ କ୍ଲବ ସଭାପତି ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ମିଶ୍ର,ସମ୍ମାନୀତ ଅତିଥି ଭାବେ ବେଲଗୁଣ୍ଠା ଗୋଷ୍ଠି ଶିକ୍ଷାଅଧିକାରୀ ପ୍ରସନ୍ନ କୁମାର ବେହେରା,ବେଲଗୁଣ୍ଠା ମିଡ଼ିଆ କ୍ଲବ ଉପଦେଷ୍ଟା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କବି ମାଗୁଣି ମିଶ୍ର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ସଂଯୁକ୍ତା ବିଷୋୟୀ ପ୍ରମୁଖ ମଞ୍ଚାସିନ ଥିଲେ । ଏହି ଅବସରରେ ପାଟୁଲି ସାହି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ବିଡ଼ିଓ ଶଶୀଭୂଷଣ ମହାପାତ୍ର ଗ୍ରହଣ କରିଥିବା ଘୋଷଣା କରିଥିଲେ । ଶିକ୍ଷାର ବିକାଶ ବିନା ଦେଶର ପ୍ରଗତି ଅସମ୍ଭବ ତେଣୁ ଗୁଣାତ୍ମକ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ପ୍ରଦାନ ସହ ମାନବିକ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ସମ୍ପ୍ରତି ଆବଶ୍ୟକ ବୋଲି ଏହି ଉତ୍ସବରେ ମତ ପ୍ରକାଶ ପାଇଥିଲା । ପ୍ରଧାନ ଶିକ୍ଷୟିତ୍ରୀ ଉଷାରାଣୀ ପାଠୀ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେକେ କୃତି ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ବାର୍ଷିକ ପୁରଷ୍କାର ବଣ୍ଟନ କରିବା ପରେ କୁନି କୁନି ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହକାରୀ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତି,କାର୍ତ୍ତିକେଶ୍ୱର ସେଠୀ, କୁମର ଜେନା,ଶିକ୍ଷୟତ୍ରୀ ରଶ୍ମିବାଳା ମିଶ୍ର,ଦୀପ୍ତିମୟୀ ପ୍ରଧାନ ଓ ପରିଚାଳନା କମିଟିର ସମସ୍ତ ସଭ୍ୟ ସହଯୋଗ କରିଥିଲେ । ଉତ୍ସବରେ ବହୁ ଅଭିଭାବକ ଉପସ୍ଥିତ ରହି  କାର୍ଯ୍ୟକ୍ରମର ମଜା ନେଇଥିଲେ ।

LEAVE A REPLY

Please enter your comment!
Please enter your name here