ବ୍ଳକସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରାଥମିକ ବିଦ୍ୟାଳୟ ଉଦଘାଟନ ଉତ୍ସବ ଅନୁଷ୍ଠିତ

0
371

ଗଞ୍ଜାମ:ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ଶୁକ୍ରବାର ଦିନ ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ବିଦ୍ୟାପୀଠରେ ବ୍ଳକସ୍ତରୀୟ ଆଦର୍ଶ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ପ୍ରାଥମିକ ବିଦ୍ୟାଳୟ ( ଏଫ୍ . ଏଲ୍ . ଏନ୍ )ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶୁ ସେଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଘାଟନୀ ସମାରୋହରେ ଦିଗପହଣ୍ଡି ଏନ୍ ଏସି ନଗରପାଳ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ । ସେହିପରି ଆଇନଜିବୀ ହରପ୍ରସାଦ ରଥ , ଡାଇଟ ଶିକ୍ଷକ ପ୍ରଶିକ୍ଷିକା ନିବେଦିତା ପାଢ଼ୀ , ଲିପିଶ୍ରୀ ଦେବୀ , ସମଗ୍ର ଶିକ୍ଷା ସଂଯୋଜକ ବାଳା ମାଝୀ , ଏବିଇଓ ରସାନନ୍ଦ ଘଡେଇ , ବିଶ୍ରବା ପାଇକ , କାଉନସିଲର ଜ୍ୟୋସ୍ନା ଜେନା , ପ୍ରତିନିଧି ରମେଶ ଜେନା , ଏନ୍ ପି ଏସ୍ ସଂଘ ସଭାପତି ରାଜେନ୍ଦ୍ର ଗୈାଡ , ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଇ . ଗଣେଶ ପାତ୍ର , ନଗର ସିଆରସିସି ଅନିଲ କୁମାର ଦାସ , ବିଦ୍ଯାଳୟ ପରିଚାଳନା କମିଟି ସଭାପତି ଗୈାର ଚନ୍ଦ୍ର ପଟ୍ଟନାୟକ ମଞ୍ଚାସୀନ ରହି ଉଦଘାଟନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ଏହି ଅବସରରେ ଛୋଟ ଶିଶୁକୁ ପ୍ରଥମରୁ ସୁଦୃଢ କରିବା ଉଦ୍ଦେଶ୍ୟରେ ଭାରତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ବୟରେ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅଧିନରେ ଥିବା ୧୬ ଗୋଟି କ୍ଳଷ୍ଟରର ସିଆରସିସି ଏବଂ ପ୍ରଧାନଶିକ୍ଷକ ଓ ପ୍ରଧାନ ଶିକ୍ଷୟିତ୍ରୀ ଉପସ୍ଥିତିରେ ସଭାକାର୍ଯ୍ୟରେ ୨୦୨୬ – ୨୭ ସୁଦ୍ଧା ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ଶେଷ କରୁଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଶିକ୍ଷାର ସମସ୍ତ କୌଶଳ ଗୁଡ଼ିକ କିପରି ହାସଲ କରିପାରିବେ ତାହାକୁ ନେଇ ଆଲୋଚନା କରାଯାଇଥିଲା । ଏଥିସହ ଆୟୋଜିତ ପୋଷାକ ବିତରଣ ଉତ୍ସବରେ ମଧୁବିଦ୍ଯା ବିଦ୍ୟାପୀଠରେ ଅଧ୍ୟୟନରତ ୯୪ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ଅତିଥି ମାନେ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପୂର୍ବତନ ସିଆରସିସି ଉପେନ୍ଦ୍ର ପଣ୍ଡା ସଂଯୋଜନା କରିଥିବା ବେଳେ ବିଦ୍ଯାଳୟ ପ୍ରଧାନ ଶିକ୍ଷୟିତ୍ରୀ ମମତା ରାଣୀ ନାୟକ ପରିଚାଳନା କରିଥିଲେ । ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here