ଭେଜିପୁଟ ମେଇନ ରୋଡ଼ର ଯୁବକ ମାନଙ୍କୁ ନେଇ ମା ଦଣ୍ଡକାଳୀ ଯୁବକ ସଂଘ ଗଠନ

0
280

ଭଞ୍ଜନଗର(ନିଲୁ ବିଷୋୟୀ) ଭଞ୍ଜନଗର ସ୍ଥିତ ସ୍ଥାନୀୟ ବନ ବିହାର ଠାରେ ଭେଜିପୁଟ ମେଇନ ରୋଡ଼ରେ ରହୁଥିବା ଯୁବକ ମାନଙ୍କୁ ନେଇ ମା ଦଣ୍ଡକାଳୀ ଯୁବକ ସଙ୍ଘ ଗଠନ କରାଯାଇଛି। ବନ ବିହାର ଠାରେ ଆୟୋଜିତ ବୈଠକରେ ସଭାପତି ଭାବେ ପ୍ରଭାକର ପ୍ରଧାନ,ଉପସଭାପତି ଅଭିମନ୍ୟୁ ବିଷୋୟୀ, କୋଷାଧ୍ୟାକ୍ଷ ଡ. ପ୍ରମୋଦ ଗୌଡ଼,ଉପ କୋଷାଧ୍ୟାକ୍ଷ ସୁଧୀର ରଞ୍ଜନ ପ୍ରଧାନ ଙ୍କୁ ସର୍ବ ସମତି କ୍ରମେ ମନୋନୀତ କରାଯାଇଛି। ବୈଠକରେ ପ୍ରମୋଦ ବିଷୋୟୀ, ରଞ୍ଜନ ବିଷୋୟୀ, ଦିବାକର ପଟ୍ଟନାୟକ ଙ୍କ ସମେତ ସମସ୍ତ ଯୁବକ ସହଯୋଗ କରିଥିଲେ । ଅନିଲ ବିଷୋୟୀ ପ୍ରାରମ୍ଭିକ ଭାଷଣ ଓ ସଭା ପରିଚାଳନା କରିଥିବା ବେଳେ ଅଭିମନ୍ୟୁ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ

LEAVE A REPLY

Please enter your comment!
Please enter your name here