ଗଂଜାମ ଜିଲ୍ଲା ଯୋଜନା କମିଟି ଦାୟିତ୍ୱ ନେଲେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ

0
635

ଛତ୍ରପୁର,୧୩/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆଜି ଛତ୍ରପୁର ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ଯୋଜନା କମିଟି ଅଧ୍ୟକ୍ଷ ଭାବେ ପୋଲସରା ବିଧାୟକ ଶ୍ରୀ ଶ୍ରୀକାନ୍ତ ସାହୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ କରିଲା ପରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ଗଂଜାମ ଜିଲ୍ଲାର ସମସ୍ତ ସାଂସଦ,ବିଧାୟକମାନଙ୍କୁ କୃତଙଜ୍ଞତା ଅର୍ପଣ କରିଛନ୍ତି | ଗଂଜାମ ଜିଲ୍ଲା ପାଇଁ ସ୍ଵତନ୍ତ୍ର ଯୋଜନା ମାଧ୍ୟମରେ ଅନୁଦାନ ଆଣିବା,ଗାଁ ଗହଳି ଏନଏସିର ଜନସାଧାରଣଙ୍କ ବିକାଶ ନିମନ୍ତେ ସଦା ଚେଷ୍ଟିତ ରହିବେ ବୋଲି କହିଛନ୍ତି | ଏଥିରେ ଛତ୍ରପୁର ବିଧାୟକ ଶ୍ରୀ ସୁବାସ ଚନ୍ଦ୍ର ବେହେରା, ବ୍ଲକ ଅଧ୍ୟକ୍ଷ ଏମ୍. ଧନଞ୍ଜୟ ରେଡ୍ଡୀଙ୍କ ସମେତ ବିଜେଡିର ବହୁ ନେତା ଉପସ୍ଥିତ ରହି ସାହୁଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

LEAVE A REPLY

Please enter your comment!
Please enter your name here