ଟ୍ରକ ଡ୍ରାଇଭରକୁ ଆକ୍ରମଣ ଓ ଲୁଟ ଘଟଣାରେ ୪ ଗିରଫ

0
946

ବ୍ରହ୍ମପୁର,୧୩/୮ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗତ ରବିବାର ସନ୍ଧ୍ୟା ରେ ମହାରାଷ୍ଟ୍ର ନାଗପୁର ସହରର ଡ୍ରାଇଭର ଆଜାଦ ଖାଁ ଏମଏଚ୪୦/୪୪୦୩ ଟ୍ରକ୍ ଯୋଗେ କୁକୁଡା ଦାନା ବୋଝେଇ କରି ବ୍ରହ୍ମପୁର ଆସିଥିଲେ। ବୋଝେଇ କାମ ସାରି ବ୍ରହ୍ମପୁର ଟ୍ରକ୍ ୟୁନିୟନ ଅଫିସ ନିକଟରେ ଥିବା ପେଟ୍ରୋଲ ଟାଙ୍କି ନିକଟରେ ବିଶ୍ରାମ ନେବା ବେଳେ ୪ଜଣ ଦୁର୍ବୁତ୍ତ ୨ଟି ମୋଟର ସାଇକେଲ ରେ ଆସି ଟ୍ରକ୍ ୟୁନିୟନ ର ମେମ୍ବର କହି ଚାନ୍ଦା ମାଗିଥିଲେ। ଏହାର ପ୍ରତିବାଦ କରିବାରୁ ଉକ୍ତ ଦୁର୍ବୁତ୍ତ ମାନେ ତାଙ୍କୁ ମାଡ ମାରିବା ସହ ଗାଡି ଭଙ୍ଗାରୁଜା କରି ୬ଟି ଚକା ର ହାଓ୍ୱା ଖୋଲି ଦେଇ ୮ ହଜାର ଟଙ୍କା ଲୁଟି ନେଇଥିବା ସହ ତାଙ୍କର ଡାହାଣ ହାତ ଭାଙ୍ଗି ଦେଇଥିଲେ । ଏ ନେଇ ଡ୍ରାଇଭର ଆଜାଦ ଖାଁ ବଡବଜାର ଥାନାରେ ଅଭିଯୋଗ କରିଥିଲେ ଓ ବଡବଜାର ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲେ ଓ ତାଙ୍କ ଠାରୁ ଗୋଟିଏ ମୋଟର ସାଇକେଲ ସହ ନଗଦ ୮ହଜାର ଜବତ କରାଯାଇଛି । ପୋଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ମାନେ ହେଲେ ଚିଙ୍କୁ ସ୍ବାଇଁ(୨୧ବର୍ଷ), ସନ୍ତେଷ କୁମାର ବେହେରା (୨୯ବର୍ଷ) , ଗଣେଶ ବିଶ୍ବାଳ ଏବଂ ସନ୍ତୋଷ ସାହୁ | ଏ ନେଇ ଆଇପିସି ଧାରା୩୯୪ ଅନୁସାରେ କେଶ୍ ନଂ-୧୨୯/୧୯ ବଡ ବଜାର ରେ ଥାନା ରୁଜୁ ହୋଇ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ,ଆଜି କୋର୍ଟ କୁ ଚାଲାଣ କରାଯାଇଛି।

LEAVE A REPLY

Please enter your comment!
Please enter your name here