ଲାୟନ୍ସ କ୍ଲବ ବ୍ରହ୍ମପୁର ଗୋଲ୍ଡ ର ଅଧିଷ୍ଠାନ ଉତ୍ସବ

0
262

ବ୍ରହ୍ମପୁର:ବ୍ରହ୍ମପୁର ଟାଟାବେଞ୍ଜ ଛକ ସ୍ଥିତ ଅତିଥି ଇନ ହୋଟେଲ ପରିସରରେ ଲାୟନ୍ସ କ୍ଲବ ଵ୍ରହ୍ମପୁର ଗୋଲ୍ଡ ର ଅଧିଷ୍ଠାନ ଉତ୍ସବ ସଭାପତି ଶ୍ୟାମା ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ସୁରେଶ କୁମାର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସୁରେଶ କୁମାର ପାଢୀ ,ଇନଷ୍ଟାଲେଶନ ଅଫିସର ଭାବେ ହରିହର ଦାସ ଯୋଗ ଦେଇଥିଲେ । କାର୍ଯ୍ୟ ଆରମ୍ଭରେ ପ୍ରଥମେ ପ୍ରଦୀପ ପ୍ରଜ୍ବଳନ କରି ଜାତୀୟ ଗାନ ସହ କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା ।୨୦୨୧,୨୦୨୨ ବର୍ଷ ପାଇଁ ନୂତନ ସଭାପତି ଭାବେ ନାରସୁ ଜେନା, ସମ୍ପାଦକ ଭୁବନେଶ୍ୱର ଚୌଧୁରୀ ଏବଂ କୋଷାଧ୍ୟକ୍ଷ ଭାବେ ସ୍ଵର୍ଣ୍ଣପ୍ରଭା ମିଶ୍ରଙ୍କୁ ଚୟନ କରାଯାଇଥିଲା ।ଆଜିର କାର୍ଯ୍ୟକ୍ରମରେ ୮ ଜଣ ନୂତନ ସଭ୍ୟ ସଭ୍ୟା ଯୋଗଦେଇଥିଲେ ।ଏବଂ ସେମାନଙ୍କୁ ଅନୁଷ୍ଠାନ ତରଫରୁ ସପଥ ପାଠ କରାଯାଇଥିଲା ।ଅନୁଷ୍ଠାନ ର ସମସ୍ତ କର୍ମକର୍ତା ମାନଙ୍କୁ ପୁଷ୍ପଗୁଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା ।
ବ୍ରହ୍ମପୁର ସହରର ବରିଷ୍ଠ ସାମ୍ବାଦିକ, କଣ୍ଠଶିଳ୍ପୀ ତଥା କଳାକାର ସୁଦୀପ ସାହୁ ନିଜର ସୁଲଳିତ କଣ୍ଠରେ ଜଗନ୍ନାଥଙ୍କ ଭଜନ ପରିବେଷଣ କରିବା ସହ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।ଲାୟନ୍ସ କ୍ଲବ ଗୋଲଡ଼ ବ୍ରହ୍ମପୁରର ବରିଷ୍ଠ ସଦସ୍ୟ କର୍ମକର୍ତା ଶିଶିର କୁମାର ଦାସ କାର୍ଯ୍ୟକ୍ରମର ସଂଯୋଜନା ତଥା ପରିଚାଳନା କରିଥିଲେ।ଏହି ଅନୁଷ୍ଠାନର ସମସ୍ତ ସଭ୍ୟ କର୍ମକର୍ତାଙ୍କ ସହିତ ଅନେକ ବରିଷ୍ଠ ଅତିଥିବୃନ୍ଦ ଯୋଗଦେଇ ଉର୍ତ୍ସବଟିକୁ ସମାପନ କରିଥିଲେ ।

ରିପୋର୍ଟ :ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here