ସୁନ୍ଦରଗଡ ଦମ୍ପତି ଗଜପତିରୁ ପୌଷ୍ୟ ସନ୍ତାନ ଗ୍ରହଣ କଲେ

0
280

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଗଜପତି ଜିଲ୍ଲା ସନ୍ତାନ ଗ୍ରହଣ କେନ୍ଦ୍ରରୁ ୨୧ତମ ଶିଶୁକୁ ସୁନ୍ଦରଗଡ଼ ଜିଲ୍ଲାର ଏକ ଦମ୍ପତି ପୌଷ୍ୟ ସନ୍ତାନ ରୁପେ ଗ୍ରହଣ କରିଛନ୍ତି । ଗଜପତି ଜିଲ୍ଲାପାଳ ଅନୁପମ ସାହା ଏହି ଶିଶୁକୁ ସପୃକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରୁ ଅନାଥ,ପରିତ୍ୟକ୍ତ ଶିଶୁଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାର ଏକ ମାତ୍ର ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ନିଶାନ ସାଲେମରେ ସମସ୍ତ ପ୍ରକାର ଯତ୍ନ ଓ ସୁରକ୍ଷାର ସହ ପାଳନ କରାଯାଉଛି । ଏମାନଙ୍କୁ ପୌଷ୍ୟ ଭାବେ ଦିଆଯିବା ପାଇଁ କେନ୍ଦ୍ରୀୟ ପୌଷ୍ୟ ସମ୍ବଳ ପୋର୍ଟାଲରେ ଅପ୍‌ଲୋଡ୍ କରାଯାଉଛି । ଏହାକୁ ଦେଖି ସନ୍ତାନ ସନ୍ତତି ନ ଥିବା ପିତାମାତା ମାନେ ଅନଲାଇନ୍ ଦ୍ୱାରା ପୌଷ୍ୟ ସନ୍ତାନ ଗ୍ରହଣ ପାଇଁ ଆବେଦନ କରନ୍ତି । ଗଜପତି ଜିଲ୍ଲା ପ୍ରଶାସନ,ଶିଶୁ ମଙ୍ଗଳ ସମିତି ସବୁକିଛି ଯାଞ୍ଚ କରିବା ପାରେ ନିୟମ ଅନୁଯାୟୀ ପୌଷ୍ୟ ସନ୍ତାନ ଦେବା ପାଇଁ ସ୍ଥିର କରିଥାନ୍ତି । ତା ପରେ ଆବଶ୍ୟକ ଥିବା ପୌଷ୍ୟ ସନ୍ତାନ ଦସ୍ତାବିଜ ପ୍ରସ୍ତୁତ କରାଯାଇ ସନ୍ତାନକୁ ପୌଷ୍ୟ ଗ୍ରହଣ ପାଇଁ ଦିଆଯାଇଥାଏ । ଏହି ପରି ଭାବେ ଗତକାଲି ସୁନ୍ଦରଗଡର ଏକ ଦମ୍ପତିକୁ ପୌଷ୍ୟ ଭାବେ ଶିଶୁ ପୁତ୍ର ସନ୍ତାନକୁ ଦିଆଯାଇଛି । ଏହି ସନ୍ତାନକୁ ଗ୍ରହଣ କରିବା ପରେ ଦମ୍ପତି ବେଶ ଆନନ୍ଦ ପ୍ରକାଶ କରି ଗଜପତି ପ୍ରଶାସନକୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ,ଶିଶୁ ମଙ୍ଗଳ ସମିତି ସଭ୍ୟା ଅଳକା ସାହୁ,ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୁର୍ଯ୍ୟ ପ୍ରମୁଖ ଏହି ପୌଷ୍ୟ ସନ୍ତାନ ପ୍ରଦାନ ସମୟରେ ଉପସ୍ଥିତ ଥିଲେ । ଶ କରି ଗଜପତି ପ୍ରଶାସନକୁ କୃତଜ୍ଞତା ପ୍ରଦାନ କରିଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ,ଶିଶୁ ମଙ୍ଗଳ ସମିତି ସଭ୍ୟା ଅଳକା ସାହୁ,ପୌଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ପରିଚାଳକ ପ୍ରତ୍ୟୁଷ କୁମାର ସୁର୍ଯ୍ୟ ପ୍ରମୁଖ ଏହି ପୌଷ୍ୟ ସନ୍ତାନ ପ୍ରଦାନ ସମୟରେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here