ସ୍କୁଲ ପିଲାଙ୍କ ଘରେ ଆଗୁଆ ପହଞ୍ଚିବ ରାସନ, ଚାଉଳ

0
518

ଭୁବନେଶ୍ବର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କରୋନା ଭାଇରସରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ଲାଗିଲେଣି l କାଳେ ଭାଇରସ ବ୍ୟାପିଯିବ ସେଥିପାଇଁ ସରକାର ଗଞ୍ଜାମ ସମେତ ପାଞ୍ଚୋଟି ଜିଲ୍ଲାରେ ଲକ ଡାଉନ ଘୋଷଣା କରିଛନ୍ତି l ଫଳ ସ୍ୱରୂପ ସମସ୍ତେ ଘରେ ରହିବାକୁ ବାଧ୍ୟ ହେବେ l ତେଣୁ ନିତିଦିନିଆ ଚଳଣି ପାଇଁ ସାଧାରଣ ଜନତା ପାଇଁ କିଛି ଆଗୁଆ ବନ୍ଦୋବସ୍ତ ଚିନ୍ତା କଲେଣି l ସେଥିମଧ୍ୟରୁ ଛାତ୍ରଛାତ୍ରୀଙ୍କୁ ୩ ମାସ ପାଇଁ ଆଗୁଆ ରାସନ ଦିଆଯିବ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ଘରେ ପହଞ୍ଚିବ ମଧ୍ୟାହ୍ନ ଭୋଜନ ସାମଗ୍ରୀ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା ପାଇବେ ମାସକୁ ୩ କେଜି ଚାଉଳ। ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲା ପାଇବେ ମାସକୁ ୪ କେଜି ଚାଉଳ। ସେହିପରି କଣ୍ଟ୍ରୋଲରୁ ୩ ମାସ ପାଇଁ ଆଗୁଆ ଚାଉଳ ନେଇ ପାରିବେ।ଅନ୍ୟପଟେ କରୋନାକୁ ନେଇ ସୁବ୍ରତ ବାଗଚୀ ପ୍ରେସମିଟ୍ କରିଛନ୍ତି। ସେ କହିଛନ୍ତି, ବିଗତ ୬୦ ଦିନରେ ବିଶ୍ବ ବଦଳିଯାଇଛି। ସରକାରଙ୍କ ଦ୍ବାରା ଜାରି ହୋଇଥିବା ଗାଇଡ୍ ଲାଇନ ନ ମାନିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘରେ ରହନ୍ତୁ। ସତର୍କ ରୁହନ୍ତୁ। ଏବଂ ସୁରକ୍ଷିତ ରୁହନ୍ତୁ। ଅନ୍ୟପଟେ କରୋନକୁ ନେଇ ନକ ଡାଉନ ପାଇଁ ଲକ୍ ଡାଉନ ହୋଇଛି। ସମସ୍ତେ ସହଯୋଗ କଲେ କରୋନାର ମୁକାବିଲା କରି ପାରିବା। ସତର୍କ ହିଁ ଔଷଧ। ଏଭଳି ଭାବେ ଜନତାଙ୍କୁ ସତର୍କ କରିଛନ୍ତି ସୁବ୍ରତ ବାଗଚୀ।

LEAVE A REPLY

Please enter your comment!
Please enter your name here