ଘୁମୁସର ତାଲୁକା ପନ୍ଦରା ସମାଜ ବୈଠକ

0
267

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଠାରେ ଘୁମୁସର ତାଲୁକା ପନ୍ଦରା ସମାଜର ଆଗାମୀ ବାର୍ଷିକ ଉତ୍ସବ ସକାଶେ ଏକ ପ୍ରସ୍ତୁତି ବୈଠକ ତାଲୁକା ସଭାପତି ମୁରଲୀ ବାଡତ୍ୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ତାଲୁକା ଉପସଭାପତି ପିତାମ୍ବର ବାଡତ୍ୟା, ସଂପାଦକ ଯୁଧିଷ୍ଠିର ବାଡତ୍ୟା, ସହସଂପାଦକ କାହ୍ନୁ ଚରଣ ବାଡତ୍ୟା, କୋଷାଧ୍ୟକ୍ଷ ନାମରତ୍ନ ବାଡତ୍ୟା ଓ ସଭ୍ୟ ପାଣ୍ଡବ ବାଡତ୍ୟା ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଇ ଅବସରରେ ବିଭିନ୍ନ ପଞ୍ଚାୟତସ୍ତରରେ ନିର୍ବାଚିତ କର୍ମକର୍ତ୍ତା ବୃନ୍ଦ ଶପଥପାଠ କରିଥିଲେ । କାର୍ଯ୍ୟକ୍ରମରେ (ବାଲିପଦର ପଞ୍ଚାୟତ) ସୁବାଷ ବାଡତ୍ୟା, ପ୍ରଦୀପ ବାଡତ୍ୟା ଓ ଯୋଗୀନ୍ଦ୍ର ବାଡତ୍ୟା, (ପଢାଳ ପଞ୍ଚାୟତ) କୁମାର ବାଡତ୍ୟା ଓ ରବିନ୍ଦ୍ର ବାଡତ୍ୟା, (ଆମ୍ବପୁଆ ପଞ୍ଚାୟତ) ଭାସ୍କର ବାଡତ୍ୟା ଓ ଅଶୋକ ବାଡତ୍ୟା (ବଡକୋଦଣ୍ଡା ପଞ୍ଚାୟତ) ସନ୍ତୋଷ ବେହେରା ଓ ସଞ୍ଜୀବ ବାଡତ୍ୟା (ଭେଟନଇ ପଞ୍ଚାୟତ) ପ୍ରଫୁଲ ବାଡତ୍ୟା ଓ କୃଷ୍ଣଚନ୍ଦ୍ର ବାଡତ୍ୟା (ବରଗାଁ ପଞ୍ଚାୟତ) ଦିବାକର ବାଡତ୍ୟା ଓ ପ୍ରଫୁଲ ବାଡତ୍ୟା (କେନ୍ଦୁପଦର ପଞ୍ଚାୟତ) ଯୁଗଳ ବାଡତ୍ୟା ଓ ଦେବହରି ବାଡତ୍ୟା ପ୍ରମୁଖ କର୍ମକର୍ତ୍ତାବୃନ୍ଦ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here