କୋଷାଗୁମୁଡା ଠାରେ ବିଜୁ ସ୍ୱାସ୍ଥ୍ୟ ଯୋଜନା ର ଶୁଭାରମ୍ଭ

0
340

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭରଚୁଆଲ ମାଧ୍ୟମରେ ସନ୍ଧ୍ୟା ୫ଟା ରେ “ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା”ର ନୂତନ ସ୍ମାର୍ଟ କାର୍ଡ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଯୋଜନା ରେ କୋଷାଗୁମୁଡ଼ା ବ୍ଲକର ୨୬ ଗୋଟି ପଞ୍ଚାୟତର ୪୨,୪୪୧ ଜଣ ହିତାଧିକାରୀ ଓଡ଼ିଶା ସରକାରଙ୍କ ଦ୍ୱାରା ମୁକ୍ତ ଭାବେ ପାଞ୍ଚ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ଗତ ଚିକିତ୍ସାର ଲାଭ ଉଠାଇ ପାରିବେ । ଏହି କାର୍ଯ୍ୟକ୍ରମ ରେ କୋଷାଗୁମୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଅକ୍ଷୟମିତା କାର୍ତ୍ତିକ ,ଡ଼ାବୁଗାଁ ବିଧାୟକ ମୋନହର ରନ୍ଧାରୀ, ବ୍ଲକ ଅଧକ୍ଷା ଗୀତାମଣି ସମରଥ, ପଦ୍ମ ସାଇ ମାଳି, କୋଡ଼ିଙ୍ଗା ତହସିଲଦାର ଶିବ ପ୍ରସାଦ ପଟନାୟକ, ଅତିରିକ୍ତ ତହସିଲଦାର ସବ୍ୟସାଚୀ ଜେନା, ବିଜେଡ଼ିର ବରିଷ୍ଠ ନେତା ଯୋଗେନ୍ଦ୍ର ସ୍ବାଇଁ, ବଦ୍ରିନାରାୟଣ ସିଂ, ପ୍ରଶାନ୍ତ ବକ୍ସି, ଥାନା ଅଧିକାରୀ ସରିତା ମହାପାତ୍ର, ଏସଆଇ ଅଲୋକ ପ୍ରସାଦ ଭୋଇ, ଏସ, ବି,ମଙ୍ଗରାଜ, ସିଡ଼ିପିଓ ଗୀତାଞ୍ଜଳି ମହାରଣା, ସ୍ଥାନୀୟ ସରପଞ୍ଚ ନେତୁ ପୂଜାରୀ, ଦେବରାଜ ମାଝୀ, ପ୍ରହଲ୍ଲାଦ ଭତ୍ରା, ଗିରିଜାଶଙ୍କର ପଟନାୟକ, ଚିନ୍ମୟ ପଟନାୟକ ଓ କୋଷାଗୁମୁଡ଼ା ଯୋଗାଣ ଅଧିକାରୀ ରାଜେଶ ଶବରଙ୍କ ସହ ବ୍ଲକର ସମସ୍ତ କର୍ମଚାରୀ,କୋଷାଗୁମୁଡା ପୋଲିସ, ବ୍ଲକ ର ବିଭିନ୍ନ ଅଞ୍ଚଳରୁ ଆସିଥିବା ଜନସାଧାରଣ ଙ୍କ ଉପସ୍ଥିତ ରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନୁଷ୍ଠିତ ହୋଇଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here