ବୁଗୁଡା ପୋଲିସର ବଡ ସଫଳତା : ଜି.ଆର.ଏସ. ହତ୍ୟାକାଣ୍ଡର ମୁଖ୍ୟ ଆସାମୀ କେରଳରୁ ଗିରଫ

0
180

ବୁଗୁଡ଼ା : ପୋଲିସକୁ ମିଳିଛି ଏକ ବଡ଼ ସଫଳତା। କଳମ୍ବ ଗ୍ରାମବାସୀ ତଥା ଏ.କରଡାବାଡ଼ି ଓ ସଙ୍କରୁ ପଞ୍ଚାୟତର ଗ୍ରାମ ରୋଜଗାର ସେବକ ସୁକାନ୍ତ ପାଣିଗ୍ରାହୀ ହତ୍ୟାକାଣ୍ଡର ମୁଖ୍ୟ ଆସାମୀ ରାଘବ ସ୍ୱାଇଁ କୁ ବୁଗୁଡା ପୋଲିସ କେରଳ ରାଜ୍ୟର ତିସୁର ଅଞ୍ଚଳରୁ ଗିରଫ କରି ଜାନୁଆରୀ ୧ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଛି। ଗତ ଡିସେମ୍ବର ୨୨ ତାରିଖ ଦିନ ପ୍ରାୟ ୧୧ ଘଣ୍ଟା ସମୟରେ ସୁକାନ୍ତ ପାଣିଗ୍ରାହୀ ନିଜ ବାଇକ୍ ଯୋଗେ ବୁଗୁଡ଼ା କାର୍ଯ୍ଯାଳୟ ଆସୁଥିବା ସମୟରେ ଦଶୀପୁର ଗ୍ରାମର ରାଘବ ସ୍ବାଇଁ ବୁଗୁଡା ଯିବାକୁ କହି ଲିଫ୍ଟି ମାଗି ବୁଗୁଡ଼ା ଆସୁଥିବା ସମୟରେ ଅନ୍ତରପଡା ଗ୍ରାମ ନିକଟରେ ରାଘବ ଛୁରାରେ ସୁକାନ୍ତଙ୍କୁ ଆକ୍ରମଣ କରିଥିଲା। ସୁକାନ୍ତକୁ ଗୁରୁତର ଅବସ୍ଥାରେ ପ୍ରଥମେ ବୁଗୁଡ଼ା ପରେ ବ୍ରହ୍ମପୁର ମେଡିକାଲକୁ ନେବା ସମୟରେ ପୋଲସରା ମେଡିକାଲରେ ସୁକାନ୍ତଙ୍କ ମୃତ୍ୟୁ ଘଟିଥିଲା। ସ୍ବର୍ଗତ ସୁକାନ୍ତଙ୍କ ମାଆ ପ୍ରମିଳା ପାଣିଗ୍ରାହୀଙ୍କ ଅଭିଯୋଗକୁ ଭିତ୍ତିକରି ବୁଗୁଡା ଥାନା କେଶ ନଂ ୯୫୨/୨୩ ପ୍ରକାରେ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇ ରାଘବ ସ୍ୱାଇଁର ଭାଇ ମିଥୁନ ସ୍ୱାଇଁକୁ ହତ୍ୟାକାଣ୍ଡରେ ସହଯୋଗ କରିଥିବା କାରଣରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେହିଦିନଠାରୁ ମୁଖ୍ୟ ଆସାମୀ ରାଘବ ସ୍ୱାଇଁ ଫେରାର ଥିଲା। ବୁଗୁଡା ପୋଲିସ ଆଇଆଇସି ପ୍ରଭାତ ରଞ୍ଜନ ମାହାନ୍ତିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଦିଗରୁ ଆନୁସନ୍ଧାନ ଜାରି ରଖି ହତ୍ୟାକାଣ୍ଡର ୧୦ ଦିନ ମଧ୍ୟରେ ମୁଖ୍ୟ ଆସାମୀ ରାଘବ ସ୍ୱାଇଁକୁ କେରଳର ତିସୁର ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲେ। ଗିରଫ ପରେ ଆସାମୀ ରାଘବ ସ୍ବାଇଁକୁ କୋର୍ଟ ଚାଲାଣ କରାଯାଇଥିବା ଆରକ୍ଷୀ ନିରୀକ୍ଷକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

ରିପୋର୍ଟ:ସ୍ବରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here