ମଦନମୋହନପୁରରେ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

0
380

କୁକୁଡ଼ାଖଣ୍ଡି(ମନୋଜ କୁମାର ପାତ୍ର) ବ୍ରହ୍ମପୁର ଉପକଣ୍ଠ ତଥା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ବାଘଲଟି ଗ୍ରାମ ପଞ୍ଚାୟତ ଅଧିନରେ ଥିବା ମଦନମୋହନପୁର ଗ୍ରାମରେ ଶ୍ରୀ ମାଁ ମହୁରୀ କାଳୁଆ ଭଲିବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛ।ଉଦଯାପିତ ମ୍ୟାଚରେ ବ୍ରଜନଗର ଏବଂ ପୁରୁଣା ବ୍ରହ୍ମପୁର ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।ଏଥିରେ ବ୍ରଜନଗର ଟିମ୍ ସିକ୍ସ ୫୪ ପଏଣ୍ଟ୍ ପାଇଥିବା ବେଳେ ପୁରୁଣା ବ୍ରହ୍ମପୁର ଟିମ୍ ସିକ୍ସ ୩୫ ପଏଣ୍ଟ ପାଇଥିଲା ଏଥିରେ ବ୍ରଜନଗର ଟିମ୍ ୧୯ ପଏଣ୍ଟ ରେ ବିଜୟୀ ହୋଇ ଚମ୍ପିଆନ୍ ଟ୍ରଫି ହାସଲ କରିଛି। ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସାରଥୀ ପ୍ରସାଦ ଗୌଡ଼ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଚମ୍ପିୟାନ ବ୍ରଜନଗର ଟିମ୍ କୁ ଟ୍ରଫି ସହ ୯୯୯୯ ଟଙ୍କା ପ୍ରଦାନ କରିଥିବା ବେଳେ ପୁରୁଣା ବ୍ରହ୍ମପୁର ଟିମ୍ କୁ ରନର ଭାବେ ଟ୍ରଫି ସହ ୬୯୯୯ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ।ଏହି ଉଦଯାପିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଜିତୁବାବୁ,ଦିଗାମ୍ବର, ଏବଂ ଏସ.ଦଣ୍ଡପାତ୍ର ପ୍ରମୁଖ ଉପସ୍ଥିତ ରହି ବ୍ରଜନଗର ଟିମର କୁନା ଗୌଡ଼ ଓ ପୁରୁଣା ବ୍ରହ୍ମପୁର ଟିମର ନୀରକୁ ପୁରସ୍କାର ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମକୁ ଏମ୍.ଏମ୍.କେ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିବା ବେଳେ କେ .ସୁନିଲ ପାତ୍ର,ଏ. ଆଦାମ୍ ପାତ୍ର,କେ.ଶିବା ପାତ୍ର, ସିଏଚ୍. ସନ୍ତୋଷ ପାତ୍ର,ଏ.ଚିନା ପାତ୍ର,ଏ.ଚିନ୍ତାମଣି ପାତ୍ରଙ୍କ ସମେତ ସ୍ଥାନୀୟ ଯୁବଗୋଷ୍ଠୀ ଉପସ୍ଥିତ ରହି ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here