ନାଡାଲଙ୍କୁ ୧୯ଶ ଗ୍ରାଣ୍ଡସ୍ଲାମ୍ ଟାଇଟଲ୍

0
713

ନ୍ୟୁୟର୍କ: ସ୍ପେନୀୟ ତାରକା ରାଫେଲ୍ ନାଡାଲ ରୁଷର ଡାନିଲ୍ ମେଡଭେଡେଭଙ୍କୁ ଦୀର୍ଘ ୫ ଘଣ୍ଟାର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ହରାଇ ୟୁଏସ୍ ଓପନ୍ ଟାଇଟଲ୍ ନିଜ ନାଁରେ କରିଛନ୍ତି। ୫ ଘଣ୍ଟାର ଚାଲିଥିବା ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଲଢ଼େଇରେ ନାଡାଲ ୭-୫, ୬-୩, ୫-୭, ୪-୬, ୬-୪ ସେଟରେ ମେଡଭେଡେଭଙ୍କୁ ପରାସ୍ତ କରି କ୍ୟାରିୟରର ୧୯ତମ ଗ୍ରାଣ୍ଡସ୍ଲାମ୍ ହାସଲ କରିଛନ୍ତି।
ବିଶ୍ୱର ଦୁଇ ନମ୍ବର ଖେଳାଳି ନାଡାଲଙ୍କୁ ଏହି ଟାଇଟଲ୍ ଜିତିବା ପାଇଁ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା। ପ୍ରଥମ ଦୁଇଟି ସେଟକୁ ସହଜରେ ଜିତିବା ପରେ ନାଡାଲ ମୁକାବିଲାକୁ ହାତେଇ ନେବେ ବୋଲି ଲାଗୁଥିଲା। କିନ୍ତୁ ଏହି ସମୟରେ ମେଡଭେଡେଭ୍ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଲଗାତାର ଦୁଇଟି ସେଟ୍ ଜିତି ମ୍ୟାଚକୁ ୨-୨ରେ ବରାବର କରିଥିଲେ। ଏଭଳି ସ୍ଥିତିରେ ପଞ୍ଚମ ତଥା ଅନ୍ତିମ ସେଟ୍ କିଏ ଜିତିବ, ତାକୁ ନେଇ ସସପେନ୍ସ ରହିଥିଲା। କିନ୍ତୁ ନାଡାଲ ଅନ୍ତିମ ସେଟରେ ନିଜ ଅଭିଜ୍ଞତାର ଫାଇଦା ଉଠାଇ ମୁକାବିଲାକୁ ଜିତି ନେଇଥିଲେ।

LEAVE A REPLY

Please enter your comment!
Please enter your name here