ଝରିଗାଁ ବ୍ଳକ ର ୧୧ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0
343

ଝରିଗାଁ(ଭୋଦେବ ଗୌଡ଼)ଝରିଗାଁ ବ୍ଳକ ପ୍ରାଥମିକ ଶିକ୍ଷକ ସମନ୍ୱୟ ସମିତି ତରଫରୁ ସ୍ଥାନୀୟ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଠାରେ ଝରିଗାଁ ବ୍ଳକ ର ୧୧ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଝରିଗାଁ ବ୍ଳକ ଶିକ୍ଷକ ସଂଘ ସଭାପତି ତ୍ରିଲୋଚନ ପାଣ୍ଡେ ଙ୍କ ସଭାପତିତ୍ୱ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ମୁଖ୍ୟ ଅତିଥି ଭାବେ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀ ଯୋଗ ଦେଇ ସମାଜ ରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଗୁରୁତ୍ୱ ଉପରେ କହିବା ସହ ଝରିଗାଁ ରେ ଶିକ୍ଷକ ଭବନ ପାଇଁ ଏମପି ଲାଡ଼ ରୁ ୫ ଲକ୍ଷ ଟଙ୍କା ଅନୁଦାନ ଗୃହୀତ ହୋଇ ଥିବା ସୂଚନା ଦେଇଥିଲେ। ସେହିପରି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ କୁ ଆଦର୍ଶ ବିଦ୍ୟାଳୟ କରିବାପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଅତି ଶୀଘ୍ର ଆଦର୍ଶ ବିଦ୍ୟାଳୟ ହେବ ବୋଲି କହିଥିଲେ।ସେହିପରି ମୁଖ୍ୟ ବକ୍ତା ଭାବେ ଝରିଗାଁ ବ୍ଳକ ଶିକ୍ଷା ଅଧିକାରୀ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ ମାନଙ୍କ ସରକାରୀ ସୁବିଧା ପାଇବା ପାଇଁ ସମସ୍ତ ପ୍ରକାର ସହଯୋଗ ରହିବ ବୋଲି କହିଥିଲେ। ସମ୍ମାନିତ ଅତିଥି ଭାବେ ଏବିଇଓ ଶୁଭେନ ମଣ୍ଡଳ ଯୋଗ ଦେଇ ଅବସରପ୍ରାପ୍ତ ଶିକ୍ଷକ ଙ୍କ ଚାକିରୀ ଜୀବନ ରେ ନିଷ୍ଠାପର ଶିକ୍ଷାଦାନ ସମ୍ପର୍କରେ କହିଥିଲେ। ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷକ ପରମେଶ୍ବର ମହାନ୍ତି, ଦୁର୍ଗା ଚରଣ ଭାରତୀ, ସୀମାଞ୍ଚଳ ତ୍ରିପାଠୀ, ସୁବାଷ ଚନ୍ଦ୍ର ନାୟକ,ଚନ୍ଦ୍ରକଳା ପ୍ରଧାନ, କିଶୋର ଚନ୍ଦ୍ର ପାତ୍ର,ବିନୋଦିନୀ ରଥ, ଶ୍ରୀଚରଣ ସାସମଲ, ନାଗେଶ୍ୱର ଶତପଥୀ, ଶଙ୍କର ମଣ୍ଡଳ,ପ୍ରଦୀପ୍ତ କୁମାର ପାତ୍ର, ଙ୍କୁ ସଙ୍ଘ ତରଫରୁ ଅବସରକାଳୀନ ସମ୍ବର୍ଦ୍ଧନା
ଦିଆଯାଇଥିଲା। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ସୁରେନ୍ଦ୍ର କୁମାର ନାୟକ,ମୁରଲୀଧର ନାୟକ, ଗଙ୍ଗାଧର ପାଳ,ରଂଜିତ କୁମାର ଜେନା,ମନବୋଧ ଭତ୍ରା ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ମୁରଲୀ ଧର ନାୟକ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here