ଆସିକା ପୋଲିସ ପକ୍ଷରୁ ଚଢ଼ାଉ ;୪୦୦ ଲିଟର ମଦ ଜବତ ସହ ୧୭ ଗିରଫ

0
322

ଆସ୍କା(ଜଗନ୍ନାଥ ସାହୁ)ଗଞ୍ଜାମ ଜିଲ୍ଲା ଆସିକା ପୋଲିସ୍ ପକ୍ଷରୁ ନିକଟସ୍ଥ ଗଣ୍ଡାପଲ୍ଲୀ, ତୁମ୍ଭଠେଙ୍ଗାପଲ୍ଲୀ ,ସନ୍ତୋଷୀ ମା’କ୍ୟାମ୍ପ ରେ ଚଢ଼ାଉ କରାଯାଇ 400 ଲିଟର ଆଇଡି ଲିକ୍ୟୁୟେର୍ ଜବତ କରିବା ଓ 4000 ଲିଟର ପୋଚ ନଷ୍ଟ କରାଯାଇଛି। ଏହି କାର୍ଯ୍ୟରେ ସମ୍ପୃକ୍ତ ଥିବା 17ଜଣଙ୍କୁ ଆସିକା ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ବ୍ୟକ୍ତି ମାନେ ହେଲେ ଏ. ରଂଜିତ, ଏ. ରବି ରାଓ,ଏ. ରଙ୍ଗା ରାଓ, ବାଳକୃଷ୍ଣ ଦାସ,ଏ.ଅନୁସୂୟା, ଏ.ହାଡ଼ିଆଣୀ,ଏ. କାସିଆମା, ଏମ ଲ. ନାରାୟଣ,ବି. ବାପି, ଡି. ସନ୍ତୋଷ,ଇ. ଅରସୁ, ଏ. ମୁରଲୀ,ଡି. ରାମା, ଗଣେଶ ପ୍ରଧାନ,ଡି. ରମେଶ, ଦାସ ନାଗେଶ୍ୱର,ଏ. ଜ୍ୟୋତି ପ୍ରମୁଖଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି |ଆସିକା ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ଏ ସମ୍ପର୍କିତ ସୂଚନା ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here