ଚିକିତ୍ସା ରେ ଅର୍ଥ ସାଜିଛି ବାଧକ।ଉପାସରେ ପାଞ୍ଚ ପ୍ରାଣୀର ପରିବାର

0
336

ଆସିକା(ଜଗନ୍ନାଥ ସାହୁ) ଗରିବି ଉପରେ ଦାଉ ସାଜିଛି ରୋଗ।ଦିନ ମଜୁରିଆ କାମ କରି ପେଟ ପୋଷୁଥିଲେ ଗଞ୍ଜାମ ଜିଲ୍ଲା ଜଗମୋହନ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଚମ୍ପାପଲ୍ଲୀ ଗ୍ରାମର ରାଜୁ ନାୟକ।ହେଲେ ଏବେ ସେ କର୍କଟ ରୋଗରେ ପୀଡିତ।କାମଧନ୍ଦା କରିନପାରିବାରୁ ଏବେ ତାଙ୍କର ପାଞ୍ଚ ପ୍ରାଣୀର ପରିବାର ଓଳିଏ ଖାଇଲେ ଓଳିଏ ଉପାସ।ଏମିତି ଅଭାବ ଭିତରେ ସଂସାର ଚାଲୁଥିବା ବେଳେ ଚିକିତ୍ସା କଥା ଆଉ ଭାବି ହେଉନି।
ଗଞ୍ଜାମ ଜିଲ୍ଲା ଚମ୍ପାପଲ୍ଲୀ ଗ୍ରାମର ରାଜୁ ନାୟକ ଜିନ ମଜୁରିଆ କାମ କରି ଚଳାଉଥିଲେ ପରିବାର।ତେବେ ହଟାତ ତାଙ୍କ ପରିବାର ଉପରକୁ ମଡିଆସିଲା ଦୁଃଖର କଳା ବାଦଲ।ଆଠ ମାସ ହେଲା କର୍କଟ ରୋଗରେ ପୀଡିତ ରାଜୁ।କାମ ଧନ୍ଦା ଆଉ କରିବେ କଣ ?ସେପଟେ ପରିବାର ଓଳିଏ ଖାଇଲେ ଓଳିଏ ଉପବାସ।ରୋଗର ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା କରଜ କରିଛନ୍ତି।ଏପରିକି ନିଜେ ରହୁଥିବା ଘରଟିକୁ ମଧ୍ୟ ଅନ୍ୟ ପାଖରେ ବନ୍ଦକ ରଖି ବ୍ରହ୍ମପୁର ଓ କଟକ ଯାଇ ଦେଖାଇଛନ୍ତି ହେଲେ ଭଲ ହୋଇନାହାନ୍ତି।ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ।ଏପଟେ ଯେତେ ଡେରି ହେଉଛି ରୋଗ ସେତେ ଶରୀରରେ କାୟା ବିସ୍ତାର କରୁଛି।ଅସହ୍ୟ ଯନ୍ତ୍ରଣା ରେ ଛଟପଟ ହେଉଛନ୍ତି ରାଜୁ।ରାଜୁଙ୍କ ପତ୍ନୀ ଏବେ ମାଗିଯାଚି ନିଜର କୁନି କୁନି ତିନି ପୁଅଙ୍କୁ ଭରଣ ପୋଷଣ କରୁଛନ୍ତି।ଏବେ ରାଜୁଙ୍କ ଚିକିତ୍ସା ପାଇଁ କେବଳ ଏକ ମାତ୍ର ଭରସା ସରକାରଙ୍କ ସହାୟତା।ତେଣୁ ରାଜୁଙ୍କ ସ୍ତ୍ରୀଙ୍କ ସହ ଗ୍ରାମ ବାସୀମାନେ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି।ରାଜୁଙ୍କ ଏହି ସମସ୍ୟା ନେଇ ଆମେ ଧରାକୋଟ BDO ଙ୍କ ପ୍ରତିକ୍ରିୟା ଲେଡିଥିଲୁ କିନ୍ତୁ ସେ କେମେରା ସମ୍ମୁଖରେ କୌଣସି ପ୍ରତିକ୍ରିୟା ଦେଇନଥିଲେ।ଆମେ ଆଶାକରୁଛୁ କୌଣସି ସହୃଦୟ ବ୍ୟକ୍ତି ,ସାମାଜିକ ଅନୁଷ୍ଠାନ ଏବଂ ସରକାର ରାଜୁ ଙ୍କ ଏହି ଅବସ୍ଥାକୁ ଗୁରୁତର ସହ ନେଇ ତାଙ୍କୁ ସହଯୋଗର ହାତ ବଢ଼ାଇଲେ ସେ ଓ ତାଙ୍କ ପରିବାର ସୁଖରେ ବଞ୍ଚି ପାରିଥାନ୍ତେ।

LEAVE A REPLY

Please enter your comment!
Please enter your name here