ପୋଲସରା ଏନଏସି ରେ ବିଧାୟକଙ୍କ ବିଭିନ୍ନ କାର୍ଯ୍ୟକ୍ରମ

0
120

ପୋଲସରା : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଦେଉଳପେଢ଼ି ସାହି ଓ ରାଣୀପଡା ସାହିକୁ ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯାଇ ଲୋକଙ୍କ ସହ ଉନ୍ନୟନ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ ୪୦ ପ୍ରହର ନାମଯଜ୍ଞରେ ଯୋଗଦେଇଛନ୍ତି। ବିଧାୟକ ଶ୍ରୀ ସାହୁ ପୋଲସରା ଏନଏସି ଅନ୍ତର୍ଗତ ୮ ନଂ ୱାର୍ଡ଼ର ଦେଉଳପେଢି ସାହିକୁ ଯାଇ ଜନସାଧାରଣଙ୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଆଲୋଚନା କରିବା ସହ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହାପରେ ବିଧାୟକ ଶ୍ରୀ ସାହୁ ରାଣୀପଡାରେ ଅନୁଷ୍ଠିତ ହେଉଥିବା ୪୦ ପ୍ରହାର ନାମଯଜ୍ଞରେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ। ବିଧାୟକ ଶ୍ରୀ ସାହୁଙ୍କ ସହ ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ କୁମାର ପ୍ରଧାନ, ନରେନ୍ଦ୍ର ଦେବତା, ସ୍ଥାନୀୟ ୱାର୍ଡ଼ର କାଉନସିଲର ଓ ଜନସାଧାରଣ ଉପସ୍ଥିତ ଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here