ବୁଗୁଡ଼ାର ୩ ଟି ୱାର୍ଡ଼ରେ ଥର୍ମାଲ ସ୍କ୍ରିନିଂ ଓ ପଲସ ଅକ୍ସିମିଟର ଟେଷ୍ଟିଙ୍ଗି

0
277

ବୁଗୁଡା(ନ୍ୟୁଜଏକ୍ସଟ୍ରା) ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୧, ୫, ଓ ୭ ନଂ ୱାର୍ଡ଼ରେ ରବିବାର ଦିନ ଥର୍ମାଲ ସ୍କ୍ରିନିଂ ଓ ପଲସ ଅକ୍ସିମିଟର ଟେଷ୍ଟିଙ୍ଗି ହୋଇଯାଇଛି। ୧ ନଂ ୱାର୍ଡ଼ରେ ଡାକ୍ତର ପଦରାବିନ୍ଦ ଷଡ଼ଙ୍ଗୀ, ୫ ନଂ ୱାର୍ଡ଼ରେ ଡାକ୍ତର ଚିନ୍ମୟୀ ସାମନ୍ତରାୟ ଓ ୭ ନଂ ୱାର୍ଡ଼ରେ ଡାକ୍ତର ହିମାଂଶୁ ଶେଖର ପଣ୍ଡାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ଓ ଆଶା କର୍ମୀଙ୍କ ସହଯୋଗରେ ଥର୍ମାଲ ସ୍କ୍ରିନିଂ ଓ ପଲସ ଅକ୍ସିମିଟର ପରୀକ୍ଷା କରାଯାଇଥିଲା। ଘରକୁ ଘର ଯାଇ ପରିବାରର ସମସ୍ତ ସଦସ୍ୟଙ୍କ ଡ଼ାକ୍ତରୀ ପରୀକ୍ଷା କରାଯିବା ସହ ସମସ୍ତଙ୍କୁ କୋଭିଡ ଆଇନ ଓ କରୋନା ସଂକ୍ରମଣ ବିଷୟରେ ସଚେତନତା କରାଯାଇଥିଲା। ବିଶେଷ କରି ଘରେ ରହିବା, ଜରୁରୀ କାମରେ ବାହାରକୁ ଗଲେ ମାସ୍କ ପିନ୍ଧିବା ଓ ଘରକୁ ଫେରିଲେ ସାବୁନରେ ହାତ ଧୋଇବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ପ୍ରଦାନ କରି ସମସ୍ତ ଲୋକମାନଙ୍କୁ ବୁଝାଇଥିଲେ।

LEAVE A REPLY

Please enter your comment!
Please enter your name here