ଅଙ୍ଗନବାଡି ଦିଦି ଙ୍କ ଧାରଣା

0
357

ଗଞ୍ଜାମ(ଜଗନ୍ନାଥ ସାହୁ)ବ୍ଲକ କାର୍ଯ୍ୟାଳୟ ଆଗରେ ଅଙ୍ଗନବାଡି କର୍ମୀ ଙ୍କ ଗଣ ଧାରଣା।ଗଂଜାମ ଜିଲ୍ଲା ସୋରଡ଼ା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ମାନେ ଶାନ୍ତିପୂର୍ଣ୍ଣ ଧାରଣା ରେ ଦେଇଛନ୍ତି।ସେମାନଙ୍କ ଦାବି ରହିଛି ବିନା ନୋଟିସ ରେ କେତେକ କର୍ମୀ ମାନଙ୍କ ଏକମାସ ଦରମା ଟଙ୍କା,ଓ ବହୁ କର୍ମୀଙ୍କ 4 ଦିନର ଦରମା କଟା ଯାଇଛି।ଗତ ଦୁଇ ବର୍ଷ ର T. A,D. A, ମେଟେରିଆଲ ଲିଭ ଟଙ୍କା, ଏସ ଏନ ପି ବକେୟା ଟଙ୍କା, ପୋଷଣ ଟ୍ରେନିଂ ଟଙ୍କା ପାଇ ନଥିବାରୁ ସେମାନେ ଏକ ଦାବିପତ୍ର ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ ଙ୍କୁ ଦେଇଥିଲେ।ଦାବି ପୂରଣ ନହେଲେ ଆଗାମୀ ଦିନରେ ଧାରଣା ଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ।
ଗତ ଦୁଇ ବର୍ଷ ହେଲା ବକେୟା ଟଙ୍କା ପାଇ ନଥିବାରୁ ଶିଶୁ ମାନଙ୍କୁ ଏକ ମାସର ଅଣ୍ଡା ମଧ୍ୟ ବଣ୍ଟନ କରିବା ବନ୍ଦ ରଖିଛନ୍ତି କର୍ମୀ ମାନେ।ପ୍ରସାଶନିକ ଅଧିକରିଙ୍କ ଅବହେଳା କାରଣରୁ ଏବେ କୋମଳମତି ଶିଶୁ ମାନେ ଅଣ୍ଡା ପାଇବାରୁ ବଞ୍ଚିତ ଅଛନ୍ତି।

LEAVE A REPLY

Please enter your comment!
Please enter your name here