କୋଡ଼ିଙ୍ଗା କଲେଜରେ ଜାତୀୟ ଭୋଟର ଦିବସ ଅନୁଷ୍ଠିତ

0
329

କୋଷାଗୁମୁଡା (ଯୋଗେନ୍ଦ୍ର ପ୍ରସାଦ ମହାନ୍ତି ) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ସ୍ଥିତ ରାଜଚାଉଁରିଆ କଲେଜ ଠାରେ ଜାତୀୟ ଭୋଟର ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ କୋଷାଗୁମୁଡା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ରାଉତ ଯୋଗଦେଇଥିବାବେଳେ ସନ୍ନମନୀୟ ଅତିଥି ଭାବେ କୋଷାଗୁମୁଡା ଜି. ପି .ଓ. ତ୍ରିଲୋଚନ ଛଞ୍ଚାଣ , କଲେଜ ଉପାଧ୍ୟକ୍ଷ ବିବେକ କୁମାର ମହାଲିକ , ଡ଼ଃ. ରବିନାରାୟଣ ପାଣିଗ୍ରାହୀ , ଅଖିଳ କୁମାର ଭଟ୍ଟ , ପଞ୍ଚାନନ ଦୁରିଆ , ଦାମୋଦର ସାହୁ ପ୍ରମୁଖ ଯୋଗଦେଇଥିଲେ । ଯୋଗ ଦେଇଥିବା ଅତିଥି ଓ କଲେଜ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଭୋଟର ଦିବସ ଅବସରରେ ସତ୍ୟପାଠ କରିଥିଲେ । ଏହି କାର୍ଯ୍ୟକ୍ରମ ରେ କଲେଜର ସମସ୍ତ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here