ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ବାର୍ଷିକ ପାଳିତ

0
245

ବୁଗୁଡା : ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜୟନ୍ତୀ ଅବସରରେ ସାରା ଭାରତ ରେ ୧୫/୦୮/୨୧ ତାରିଖ ଠାରୁ ୧୫/୦୮/୨୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ଏକ ବର୍ଷ ପାଳନ କରିବା ପାଇଁ ସ୍ଥିର ହୋଇଅଛି। ମଇ ୧୪ ତାରିଖ ଦିନ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡ଼ା ସହରର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀ ଅରବିନ୍ଦଙ୍କ ଜୟନ୍ତୀ ବର୍ଷ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶିକ୍ଷା କେନ୍ଦ୍ରର ଅଧ୍ୟକ୍ଷ ହରିହର ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ପରିଚାଳନା କମିଟିର ସଭାପତି ଉନା ପୂର୍ଣ୍ଣଚନ୍ଦ୍ର ପାତ୍ର ସଂଯୋଜନା କରିଥିଲେ। ଅତିଥି ଭାବେ ନବରଙ୍ଗପୁରର ଶ୍ରୀ ଅରବିନ୍ଦ ସାଧକ ହରେକୃଷ୍ଣ ପ୍ରଧାନ,ଭଞ୍ଜନଗର କଲେଜର ପ୍ରାକ୍ତନ ଅଧ୍ୟକ୍ଷ କୃତ୍ତିବାସ ବିଶ୍ବାଳ,ରତ୍ନମଞ୍ଜରୀ ପାଢୀ,ରମେଶ ଚନ୍ଦ୍ର ବେହେରା, ଶିକ୍ଷାକେନ୍ଦ୍ରର ସଂପାଦକ ପ୍ରଭାତ କୁମାର ଦାସ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ ଚନ୍ଦ୍ର ପାଢୀ, ରଘୁନାଥ ସାହୁ ଏବଂ ଟି.ସୁଦର୍ଶନ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ଜୟନ୍ତୀ କାର୍ଯ୍ୟକ୍ରମକୁ ଶିକ୍ଷାକେନ୍ଦ୍ରର ସମସ୍ତ ଭାଇ ଓ ଭଉଣୀମାନେ ପରିଚାଳନା କରିଥିବା ବେଳେ ଶତାଧିକ ଅଭିଭାବକ ଯୋଗଦେଇଥିଲେ।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here