ଗଞ୍ଜାମ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ଖୋଲିବ କେବେ? ସର୍କିଟ ହାଉସରେ ହେଉଛି ଦଳୀୟ କାର୍ଯ୍ୟକ୍ରମ।

0
742

ବ୍ରହ୍ମପୁର,୧୨/୦୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ କାଳର ଶାସକ ଦଳ ବିଜେଡି। ତଥାପି ଖୋଦ ମୁଖ୍ୟମନ୍ତ୍ରୀଙ୍କନିଜ ଜିଲ୍ଲା ଗଞ୍ଜାମରେ ଦଳୀୟ ଜିଲ୍ଲା କାର୍ଯ୍ୟାଳୟ ଟିଏ ନଥିଲା। ବହୁ ସମାଲୋଚନା ପରେ ଦଳୀୟ ନେତାଏ ବାଧ୍ୟ ହୋଇଥିଲେ ଆଉ ଭଡାସୂତ୍ରରେ ହେଲେ ମଧ୍ୟ ଦଳୀୟ କାର୍ଯ୍ୟାଳୟ ଟିଏ ଖୋଲିଥିଲେ। କିନ୍ତୁ ଏହା ମଧ୍ୟ ଦୀର୍ଘସ୍ଥାୟୀ ହୋଇପାରିଲା ନାହିଁ। ନିର୍ବାଚନ ପୂର୍ବରୁ ଖୋଲାଯାଇଥିବା ଏହି କାର୍ଯ୍ୟାଳୟ ନିର୍ବାଚନ ପରଠାରୁ ଆଉ ଖୋଲାଯାଇ ନାହିଁ। ତେବେ ଏହା ପଛର ରହସ୍ୟ ବା କଣ ? ଶାସକ ଦଳର ଏହି ସାଙ୍ଗଠନିକ କାର୍ଯ୍ୟାଳୟର ତାଲା ପକାଇଛି କିଏ ? ଆଗକୁ ପୌର ନିର୍ବାଚନ। ଦଳ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ ବା ମତାନ୍ତର ଉଗ୍ରରୂପ ନେବା ପୂର୍ବରୁ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ଆବଶ୍ୟକତା ରହିଛି। ତେବେ ଯେମିତି ଲାଗୁଚି ଏଥିପ୍ରତି କାହାର ନିଘା ମଧ୍ୟ ନାହିଁ।

ଏଭଳି ପରିସ୍ଥିତିରେ ନବ ନିଯୁକ୍ତ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ପୋଲସରା ବିଧାୟକଙ୍କୁ ଦଳୀୟ କାର୍ଯ୍ୟାଳୟ ପରିବର୍ତ୍ତେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଗଲା ଷ୍ଟେସନ ରୋଡ଼ରେ ଥିବା ସର୍କିଟ ହାଉସରେ। ହେଲେ ସେହି କାର୍ଯ୍ୟକ୍ରମରେ ମଧ୍ୟ ବ୍ରହ୍ମପୁର ଓ ଛତ୍ରପୁର ବିଧାୟକଙ୍କୁ ଛାଡିଦେଲେ ଆଉ କୌଣସି ନେତାଙ୍କର ଦେଖା ନଥିଲା। ଯାହା ଦଳ ଭିତରେ ଥିବା କନ୍ଦଳକୁ ପଦାରେ ପକାଇ ଦେଇଥିଲା। ଯାହାକୁ ନେଇ ବ୍ରହ୍ମପୁର ସହରରେ କାହିଁକି ସମଗ୍ର ଗଞ୍ଜାମ ଜିଲ୍ଲାରେ ରାଜନୀତି ମହଲରେ ବେଶ ଚର୍ଚ୍ଚା ହେଉଛି। ଏବେ ଦେଖିବାକୁ ବାକି ରହିଲା ବିଜେଡିର ଜିଲ୍ଲା କାର୍ଯ୍ୟାଳୟ କେବେ ଖୋଲୁଛି ଆଉ ଆଗାମୀ କାର୍ଯ୍ୟକ୍ରମ କେଉଁଠି ଆୟୋଜନ କରାଯାଉଛି।

LEAVE A REPLY

Please enter your comment!
Please enter your name here