ବ୍ରହ୍ମପୁରରେ ଧୁମଧାମରେ ଇଦ ପର୍ବ ପାଳିତ।

0
663

ବ୍ରହ୍ମପୁର,୧୨/୮(ନ୍ୟୁଜ ଏକ୍ସଟ୍ରା ବ୍ୟୁରୋ): ମୁସଲମାନ ସମ୍ପ୍ରଦାୟର ଆଜି ହେଉଛି ପବିତ୍ର ଇଦ ପର୍ବ। ସାରା ଦେଶରେ ସମସ୍ତ ମୁସଲିମ ସମ୍ପ୍ରଦାୟର ଭାଇମାନେ ଏହି ଇଦ ପର୍ବ ବେଶ ଧୁମଧାମରେ ପାଳନ କରିଥାନ୍ତି। ସକାଳୁ ସମୂହ ନମାଜ ପାଠ ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ ମୁବାରକର ବଧେଇ ଜଣାଇଥାନ୍ତି ।

ବ୍ରହ୍ମପୁର ସହରରେ ମଧ୍ୟ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି ମୁସଲମାନ ଭାଇମାନେ। ଗାନ୍ଧିନଗରରେ ଥିବା ଇଦ୍ଗା ପଡିଆରେ ସକାଳୁ ସକାଳୁ ସମସ୍ତେ ଉପସ୍ଥିତ ରହି ସମୂହ ନମାଜ ପାଠକରି ପରେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇବା ସହ ଦୀର୍ଘ ଜୀବନ କାମନା କରିଛନ୍ତି। ଏହି ପର୍ବକୁ ଭାଇଚାରାର ପର୍ବ ମଧ୍ୟ କୁହାଯାଏ । ସଂସାରର ମୋକ୍ଷ ପାଇଁ ତ୍ୟାଗ ଓ ବଳିଦାନ କରୁଥିବା ମୁସଲମାନ ଗୁରୁଙ୍କ ସକାଶେ ଏହି ପର୍ବ ପାଳନ କରାଯାଇଥାଏ।

LEAVE A REPLY

Please enter your comment!
Please enter your name here