ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରଚେଷ୍ଟାରେ ବଦଳିଛି ପଞ୍ଚାୟତ ସମିତି କାର୍ଯ୍ୟାଳୟର ଦୃଶ୍ୟ

0
1372

ବେଲଗୁଣ୍ଠା(ଶିବରାମ ଚୌଧୁରୀ)ସବୁଜ ଘାସ ଗାଲିଚା ସାଙ୍ଗକୁ ରଙ୍ଗ ବେରଙ୍ଗ ଜାତି ଜାତିକା ଫୁଲର ସମ୍ଭାର I ବାଟରେ ଯିବା ଲୋକେ ବି ଘଡ଼ିଏ ଚାହିଁ ରହିବାକୁ ବାଧ୍ୟ ହେଉଛନ୍ତି I ଏ ଦୃଶ୍ଯ କୌଣସି ପାର୍କର ନୁହଁ I ଏ ହେଉଛି ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରର ଯାହା ସମ୍ଭବ ହୋଇଛି ବ୍ଳକ୍ ର ପରିବେଶ ପ୍ରେମୀ ଯୁବ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶି ଭୂଷଣ ମହାପାତ୍ରଙ୍କ ନିଷ୍ଠାପର ପ୍ରଚେଷ୍ଟା ଏବଂ ଅକ୍ଲାନ୍ତ ପରିଶ୍ରମ ଯୋଗୁଁ I ଯେତେବେଳେ ଗଞ୍ଜାମରେ କରୋନା ମହାମାରୀର ତାଣ୍ଡବ ଆରମ୍ଭ ସେହି ସମୟରେ ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାବେ ଶ୍ରୀ ମହାପାତ୍ରଙ୍କ ଯୋଗଦାନ ସାରା ପଞ୍ଚାୟତ ସମିତି ପାଇଁ ଏକ ଆଶୀର୍ବାଦ ଥିଲା I ପ୍ରବାସୀ ଓଡ଼ିଆଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରିବା ଠାରୁ ଆରମ୍ଭ କରି କରୋନା ନମୁନା ପରୀକ୍ଷଣରେ ବ୍ଳକ୍ କୁ ସାରା ରାଜ୍ୟରେ ଏକ ନମ୍ବର୍ କରିବା ପର୍ଯ୍ୟନ୍ତ ପ୍ରତିଟି କ୍ଷେତ୍ରରେ ଶ୍ରୀ ମହପାତ୍ରଙ୍କ ଅବଦାନ ଥିଲା ଅତୁଳନୀୟ I ଏହା ସହ ପଞ୍ଚାୟତ ସମିତିର ବହୁ ଅସହାୟଙ୍କ ବ୍ଳକ୍ କାର୍ଯ୍ୟାଳୟରେ ଦିନଦିନ ଧରି ପଡ଼ି ରହିଥିବା ବିଭିନ୍ନ ସରକାରୀ କାର୍ଯ୍ୟର ସମାଧାନ ସହିତ ବେଲଗୁଣ୍ଠା ବ୍ଳକ୍ ର ଦୁଇ କରୋନା ଯୋଦ୍ଧାଙ୍କୁ 50 ଲକ୍ଷର ବୀମା ରାଶି ଯୋଗାଇ ଦେବାରେ ମଧ୍ୟ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟ ଥିଲା ବେଶ୍ ପ୍ରଶଂସନୀୟ I ଏହାରି ଭିତରେ ପଞ୍ଚାୟତ ସମିତି କାର୍ଯ୍ୟାଳୟର ପରିବେଶକୁ ବଦଳାଇବା ପାଇଁ ବିଡିଓ ଶ୍ରୀ ମହାପାତ୍ର ସଂକଳ୍ପବଦ୍ଧ ହେଲା ଭଳି ବଦଳାଇ ଦେଇଛନ୍ତି ଏହାର ପରିବେଶକୁ I ନିଜ ପ୍ରଚେଷ୍ଟାରେ ବ୍ଳକ୍ କାର୍ଯ୍ୟାଳୟ ପରିସରରେ ସୁନ୍ଦର ଘାସ ଗାଲିଚା ପ୍ରସ୍ତୁତ କରିବା ସହ ବିଭିନ୍ନ ଜାତିର ଫୁଲ ଗଛ ଏବଂ କ୍ରୋଟନ୍ ଚାରା ରୋପଣ କରି ପଞ୍ଚାୟତ ସମିତି ପରିସରର ଭୌଗୋଳିକ ପରିବର୍ତ୍ତନ କରିବାରେ ବେଶ୍ ସଫଳତା ହାସଲ କରିଛନ୍ତି I ଏହିଭଳି ଏକ ସବୁଜ ପରିବେଶ ଦେଖି ବ୍ଳକ୍ କୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ଜନ ସାଧାରଣ,ଜନ ପ୍ରତିନିଧି ଏବଂ ଉପରିସ୍ଥ ଅଧିକାରୀମାନେ ବହୁତ ଖୁସି ପ୍ରକାଶ କରୁ୍ଥିବା ଦେଖାଯାଉଛି I ଆଗାମୀ ଦିନରେ ସାରା ବ୍ଳକ୍ ରେ ଏହିଭଳି କାର୍ଯ୍ୟ ଜାରି ରହିବା ସହିତ ଏହି କାର୍ଯ୍ୟରେ ସହଯୋଗ କରିଥିବା ପଞ୍ଚାୟତ ସମିତି କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର I ଶ୍ରୀ ମହାପାତ୍ରଙ୍କ ଏହିଭଳି କାର୍ଯ୍ୟ ଅନ୍ୟ ବ୍ଳକ୍ ପାଇଁ ଉଦାହରଣ ସୃଷ୍ଟି କରିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି I

LEAVE A REPLY

Please enter your comment!
Please enter your name here