ମୋ ସ୍କୁଲ ଅଭିଯାନ ପାରଳାର ୨ଗୋଟି ହାଇସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରାଗଲା

0
281

ପାରଳାଖେମୁଣ୍ଡି(ବସନ୍ତ କୁମାର ପଣ୍ଡା) ମୋ ସ୍କୁଲ ଅଭିଯାନରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ଦ୍ୱାରା ନିର୍ମିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ଦୁଇ ଗୋଟି ସ୍କୁଲ କୁ ପୋଷ୍ୟ ଭାବେ ଗ୍ରହଣ କରାଯାଇଥିବା ପୂର୍ତ୍ତ ବିଭାଗ ସଚିବ ଡ.କ୍ରିଷନ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ୧୮୫୭ ମସିହାରେ ଏବଂ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ ୧୯୧୯ ମସିହାରେ ପାରଳାଖେମୁଣ୍ଡି ମହାରାଜାଙ୍କ ଦ୍ୱାରା ସ୍ଥାପିତ ହୋଇଥିଲା । ଅନେକ ବର୍ଷ ମହାରାଜାଙ୍କ ଦ୍ୱାରା ପରିଚାଳିତ ଦୁଇଟି ହାଇସ୍କୁଲ ପରବର୍ତ୍ତୀ ସମୟରୁ ଏହା ସରକାରଙ୍କ ଦ୍ୱାରା ପରିଚାଳିତ ହୋଇ ଆସୁଛି । ଶତାୟୁ ପୁରାତନ ଏହି ଦୁଇ ଗୋଟି ହାଇସ୍କୁଲରେ ଅଧ୍ୟୟନ ଛାତ୍ରଛାତ୍ରୀ ଓଡିଶା ସମେତ କେନ୍ଦ୍ରରେ ବହୁ ଉଚ୍ଚ ପଦବୀ ଅଳଂକୃତ ହୋଇ ପାରିଛନ୍ତି ।ଏପରିକି ବିଦେଶରେ ମଧ୍ୟ ଅନେକେ ବହୁ ଉଚ୍ଚ ପଦବୀ,ବୈଜ୍ଞାନିକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ମୋଟ ଉପରେ କହିବାକୁ ଗଲେ ଏହି ଦୁଇଟି ହାଇସ୍କୁଲ ଉନ୍ନତମାନର ମଣିଷ ତିଆରି କାରଖାନା ଅଟେ । ମୋ ସ୍କୁଲ ଅଭିଯାନ ମାଧ୍ୟମରେ ଅନେକ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟ ର ବିକାଶରେ ସାମିଲ ହୋଇଥିବା ବେଳେ ଏବେ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏହାକୁ ପୋଷ୍ୟ ଭାବେ ଗ୍ରହଣ କରିବା ଖବର ସମଗ୍ର ଜିଲ୍ଲାରେ ଏବଂ ବିଭିନ୍ନ ମହଲରେ ଖୁସିର ଲହରୀ ଖେଳାଇ ଦେଇଛି । ଏହା ଗଜପତି ଜିଲ୍ଲା ପାଇଁ ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ପାରଳାଖେମୁଣ୍ଡି ସହରରେ ବୁଦ୍ଧିଜୀବୀ ମହଲରେ ଆଲୋଚନା ର ପାତ୍ର ହୋଇଥିବା ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here