ପୁଣି ଶିଶୁ କନ୍ୟା ଅଲୋଡ଼ା ।

0
652

ଗଞ୍ଜାମ 22/07(ନ୍ୟୁଜ୍ ଏକ୍ସଟ୍ରା ବ୍ୟୁରୋ): ପୁଣି ଶିଶୁ କନ୍ୟା ଅଲୋଡ଼ା । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ଗାଁ ନିକଟ ଏକ କେନାଲରୁ ଏକ ନବଜାତ ଶିଶୁ କନ୍ୟାର ମୃତ ଦେହ ଉଦ୍ଧାର ହୋଇଛି । ଖଲ୍ଲିକୋଟ- କୋଦଳା ରାସ୍ତାର ମଥୁରା ଭରଷା ଗାଁ ମଝିରେ ଥିବା ବଡ଼ ଶଙ୍ଖ ନିକଟରେ ଶିଶୁ କନ୍ୟାର ମୃତ ଦେହ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଜନ୍ମ ପରେ ଏହି ନବଜାତ ଶିଶୁ କନ୍ୟାକୁ କେହି ଏଠାରେ ଫୋପାଡ଼ି ଦେଇଥିବା ଅନୁମାନ କରାଯାଉଥିବା ବେଳେ କେଉଁ ପରିସ୍ଥିତିରେ ଏଠାରେ ଫୋପାଡ଼ିଲେ ଓ କିଏ ତାହା ସ୍ପଷ୍ଟ ହୋଇନାହିଁ । ଗାଁ ଲୋକଙ୍କଠାରୁ ପ୍ରଶାସନ ଖବର ପାଇବା ପରେ ଖଲ୍ଲିକୋଟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

LEAVE A REPLY

Please enter your comment!
Please enter your name here