କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ,କୋଡ଼ିଙ୍ଗା ଚମ୍ପିୟାନ

0
428

କୋଷାଗୁମୁଡ଼ା(ଯୋଗେନ୍ଦ୍ର ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବଜରଗଡ ଗ୍ରାମରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚ ରେ ବଜରଗଡ ଏକାଦଶ ସହ କୋଡ଼ିଙ୍ଗା ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏକ ସଂଘର୍ଷ ପୁର୍ଣ ମ୍ୟାଚରେ କୋଡ଼ିଙ୍ଗା ଦଳ ବଜରଗଡ ଦଳକୁ ନିର୍ଦ୍ଧାରିତ ଓଭର ମଧ୍ୟରେ ୩ ଉଇକେଟ ରେ ପରାସ୍ତ କରି ଚମ୍ପିୟାନ ହୋଇଛି । ବିଜୟୀ ଦଳକୁ ୧୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ପରାଜିତ ଦଳକୁ ୮ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଆଜିର ଅନ୍ତିମ ଦିବସ ରେ ଟୁର୍ଣ୍ଣାମେଣ୍ଟ ର ମୁଖ୍ୟ ଅତିଥି ଭାବେ କୋଷାଗୁମୁଡା ବ୍ଲକ ଅଧ୍ୟକ୍ଷା ଗୀତାମଣି ସମରଥ ଯୋଗ ଦେଇଥିବା ବେଳେ ସନ୍ନମାନୀୟ ଅତିଥି ରୂପେ କୋଷାଗୁମୁଡା ସରପଞ୍ଚ ନେତୁ ପୂଜାରୀ , କେ. ଏନ. ରାଜୁ ଓ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ । ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ କୁ ବଜରଗଡ ଗ୍ରାମର ଯୁବଗୋଷ୍ଠୀ ତରଫରୁ ଆୟୋଜନ କରାଯାଇଥିଲା । ଆଜିର ଫାଇନାଲ ମ୍ୟାଚ ଦେଖିବାକୁ ଶତାଧିକ ଖେଳପ୍ରେମୀ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here