କୃଷି ତାଲିମ ଶିବିରକୁ ଯୋଗ ଦେବାକୁ ଆସୁଥିବା ବେଳେ ବସ୍ ଦୁର୍ଘଟଣା ୩୦ ରୁ ଉର୍ଦ୍ଧ୍ବ ଆହତ

0
229

ଭଞ୍ଜନଗର: ଆଜି ସକାଳ ସମୟରେ ଗଞ୍ଜମ ଜିଲ୍ଲା ସୋରଡ଼ାରୁ ଭଞ୍ଜନଗରକୁ ଆସୁଥିବା ଏକ ଘରୋଇ ମିନିବସ ଦୁର୍ଘଟଣା ଘଟିଛି। କୁଲାଙ୍ଗି କାଲିଆଗୁଡ଼ା ମଝିରେ ଏକ ବୁଲଣି ନିକଟରେ ଏକ ସ୍କୁଟିକୁ ରକ୍ଷା କରିବାକୁ ଯାଇ ବସ୍ ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ଏଥିରେ ପ୍ରାୟ ୩୦ ରୁ ଉର୍ଦ୍ଧ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁଯାୟୀ,ବଡଗଡ ନିକଟ ଗୌଡ଼ ଗୋଠ ଅଞ୍ଚଳର ୪୫ ଜଣ ପୁରୁଷ ମହିଳା କୃଷକ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଏକ ସ୍ବତନ୍ତ୍ର କୃଷିତାଲିମ୍ ସକାଶେ ଆସୁଥିଲେ । ସେଥି ମଧ୍ୟରୁ ପ୍ରାୟ ୩୦ଜଣ ଆହତ ହୋଇଛନ୍ତି , ୧୮ଜଣ ଭଞ୍ଜନଗର ଚିକିତ୍ସାଳୟ କୁ ୧୨ଆଣ ସୋରଡ଼ା ଚିକିତ୍ସାଳୟ କୁ ଆମ୍ବୁଲାନ୍ସ ଦ୍ଵାରା ପଠାଯାଇଛି । ଏଥିରେ କୌଣସି ବ୍ୟକ୍ତି ମୃତାହତ ହୋଇନାହାନ୍ତି ।ଖବର ପାଇ ଗାଙ୍ଗପୁର ଓ ସୋରଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି

ରିପୋର୍ଟ:ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here