ନେତାଜୀ ସୁବାଷ ଚନ୍ଦ୍ର ବୋଷ ୧୨୫ତମ ଜୟନ୍ତୀ ପାଳିତ

0
266

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ସୁବାଷ ନଗର ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଙ୍କ ପ୍ରତିମୂର୍ତ୍ତୀରେ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସଂଗ୍ରାମ କେଶରୀ ପଣ୍ଡା ଙ୍କଉପସ୍ଥିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁବାଷ ନଗର ଠାରେ ଥିବା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଚଳିତ ବର୍ଷ ଠାରୁ ଏହି ଦିନକୁ ପରାକ୍ରମ ଦିବସ ରୁପେ ପାଳନ କରିବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ଡେପୁଟି କଲେକ୍ଟର ଜୁବୁଲି ଚରଣ ବେହେରା,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦାୟିତ୍ବରେ ଥିବା କ୍ରୀଡାଧିକାରୀ ପ୍ରଭାକର ତ୍ରିପାଠୀ,ପାରଳାଖେମୁଣ୍ଡି ପୌରପାଳିକାର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ସମେତ ବହୁ ଅଧିକାରୀ , କର୍ମଚାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।ସେହିପରି ଏବିଭିପି, ସରସ୍ଵତୀ ଶିଶୁମନ୍ଦିରର ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ସଂଗଠନ ତରଫରୁ ଶୋଭାଯାତ୍ରା କରିବା ସହ ନେତାଜୀ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିବା ସହ ଦେଶ ପାଇଁ ଥିବା ତାଙ୍କ ଅବଦାନ ବିଷୟରେ ଗୁଣଗାନ କରିଥିଲେ ।

LEAVE A REPLY

Please enter your comment!
Please enter your name here