ସ୍ବେଛାସେବୀ ସଂସ୍ଥା ହେଲ୍ପ ଲାଇନ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ

0
252

ନବରଙ୍ଗପୁର :ଜାତୀୟ କ୍ରୀଡା ଦିବସ ଅବସରରେ ନବରଙ୍ଗପୁର ଜ଼ିଲ୍ଲା ରେ କାର୍ଯ୍ୟରତ ସ୍ବେଛାସେବୀ ଅନୁଷ୍ଠାନ ହେଲ୍ପ ଲାଇନ ଓ ଉମରକୋଟ ସବୁବେଳେ ଡିଭିଜିନାଲ କ୍ରୀଡା ସଙ୍ଘ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଭାରତୀୟ ହକିର ଯାଦୁଗର ମେଜର ଧ୍ୟାନଚାନ୍ଦ ଙ୍କ ଜୟନ୍ତୀ ଉତ୍ସବ କୁ ସ୍ମରଣୀୟ କରିବା ଉଧେଶ୍ୟରେ ପ୍ରତିବର୍ଷ ଅଗଷ୍ଟ 29 ତାରିଖ ଦିନ ଦେଶରେ 2012 ମସିହା ରୁ ଏହି ଦିବସ ପାଳନ ହୋଇ ଆସୁଛି l ପୂର୍ବରୁ ପ୍ରଧାନମନ୍ତ୍ରୀ ଙ୍କ ନାମରେ କ୍ରୀଡା ଦିବସ ପାଳନ ହୋଇ ଆସୁ ଥିବାବେଳେ ବର୍ତ୍ତମାନ ଏହା ମେଜର ଧ୍ୟାନଚାନ୍ଦ ସ୍ମୁତି ରେ ପାଳନ ହେଉଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ତହସିଲଦାର ତଥା ହେଲ୍ପ ଲାଇନ ର ଉପଦେଷ୍ଟା ଡ଼କ୍ଟର ହିମାଞ୍ଚଳ ମାଝୀ ଯୋଗ ଦେଇ ଥିବା ବେଳେ ବିଡିଓ ଦେବୀପ୍ରସାଦ ଟାଲୀ ଏବଂ ମୁନୁସିପାଲିଟି କାର୍ଯ୍ୟନିର୍ଵାହି ଅଧିକାରୀ ତଥା ହେଲ୍ପ ଲାଇନ ର ପ୍ରୋଗ୍ରାମ କୋଡିନେଟର ରାମଚନ୍ଦ୍ର ମାଝୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହକି ତାରକା ମେଜର ଧ୍ୟାନଚାନ୍ଦ ଭାରତକୁ ତିନି ତିନି ଥର ସ୍ବର୍ଣ୍ଣ ପଦକ ହାସଲ କରିବାରେ ସଫଳତା ଆଣିଦେଇଛନ୍ତି ବୋଲି ନିଜ ଅଭିଭାଷଣ ରେ କହିଥିଲେ l ଏହା ଛଡା ବର୍ତମାନ କ୍ରୀଡା କ୍ଷେତ୍ରରେ ଉନ୍ନତି ପାଇଁ ସରକାର ଅନେକ ସୁଯୋଗ ସୃଷ୍ଟି କରିଛନ୍ତି ବୋଲି ଅନ୍ୟତମ ଅତିଥି ସୁଧାଂଶୁ ଦାସ କହିଛନ୍ତି l ଏହି କାର୍ଯ୍ୟକ୍ରମ ରେ ସଂସ୍ଥା ର ନିର୍ଦେଶକ ସ୍ବେଛାସେବୀ ଦୁର୍ଗା ପ୍ରସାଦ ମଲ୍ଲିକ, ସଭାପତି କୃଷ୍ଣ ପ୍ରସାଦ ପଟନାୟକ, ଜ଼ିଲ୍ଲା କ୍ରୀଡା ସଙ୍ଘ ଯୁଗ୍ମ ସମ୍ପାଦକ କେ. ତନବୀର ଜିଲାନି, କ୍ରୀଡା ସଙ୍ଘ ସଭ୍ୟ ନାରାୟଣ ସାହୁ, ସଞ୍ଜୟ ସ୍ୱାଇଁ, ମାର୍କଣ୍ଡ ସାହୁ,ସନ୍ତୋଷ ଶତପଥି, ଅନୁରାଗ ପଟନାୟକ, କ୍ରିଷ୍ଣା ସାହୁ, ସଂଜିତ ବିଶ୍ୱାସ,ରବି ସୁନା, ସଦା ଶିବ ଜାନି, ଏବଂ ମିନୁ ପିଲେଇ ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ କାର୍ଯ୍ୟକ୍ରମ କୁ ହେଲ୍ପ ଲାଇନ ର ଉପ ସଭାପତି ତଥା ଜିଲ୍ଲା କ୍ରୀଡା ସଙ୍ଘ ମହିଳା ବିଭାଗ ର ସମ୍ପାଦକ ଇଂ. ଚନ୍ଦନା ମଲ୍ଲିକ ପରିଚାଳନା କରିଥିବାବେଳେ ମୁଖ୍ୟ ଅତିଥି ଡ଼କ୍ଟର ହିମାଞ୍ଚଳ ମାଝୀ ଅଂଚଳ ରେ କ୍ରୀଡା ର ଉନ୍ନତି ପାଇଁ ଆବଶ୍ୟକ ହେଉଥିବା ଜମି ଯୋଗାଇ ଦେବl କୁ ପ୍ରତିଶୃତି ଦେଇଥିଲେ l

ରିପୋର୍ଟ :ଵାଲା କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here