୩୨ତମ ସଡକ ସୁରକ୍ଷା ସପ୍ତାହ ପାଳନ

0
264

ପାରଳାଖେମୁଣ୍ଡି (ବସନ୍ତ କୁମାର ପଣ୍ଡା) ଗଜପତି ଜିଲ୍ଲାସଦରମହକୁମା ପାରଳାଖେମୁଣ୍ଡି ଠାରେ ୩୨ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ କରାଯାଇଛି। ଏହି ଅବସରରେ ସହରରେ ସର୍ବସାଧାରଣ ଙ୍କୁ ସଚେତନତା କରାଇବା ସଂପର୍କରେ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ କରାଯାଇଥିଲା । ଏହା ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ଯାଳୟ ତରଫରୁ ଅନୁଷ୍ଠିତ ହୋଇଥିବା ଏହି ଶୋଭାଯାତ୍ରାକୁ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ ଓ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୀତାରାମ ଶତପଥି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ରାଜାନହର ତଥା ଜଗନ୍ନାଥ ମନ୍ଦିର ନିକଟରୁ ଆରମ୍ଭ ହୋଇଥିଲା ଏହି ଶୋଭାଯାତ୍ରା ଏଥିରେ ସାମିଲ ହୋଇଥିବା ବିଭିନ୍ନ ବିଦ୍ୟାଳୟ ଛାତ୍ର ମାନେ ସଡକ ସୁରକ୍ଷା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ଧରି ସହରର ହାଇସ୍କୁଲ ଛକ, ବଜାର ଛକ, ପୂରୁଣା ବସଷ୍ଟାଣ୍ଡ, ରାମନଗର, ନୂଆ ବସଷ୍ଟାଣ୍ଡ, ପୂରୁଣା କୋର୍ଟ ଛକ,ଗାନ୍ଧି ଛକ, ରାଜନହର ଛକ, ଜଙ୍ଗମ ସାହି ଛକ, ଦଳବଦ୍ଧ ରୋଡ୍, ମେଡିକାଲ ଛକ , ପୂରୁଣା ଫାୟାର ଷ୍ଟେସନ ଛକ ଦେଇ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ଯାଳୟ ଠାରେ ପହଞ୍ଚିଥିଲା ।ଏହି ଶୋଭାଯାତ୍ରାରେ ଉପଜିଲ୍ଲାପାଳ ତଥା ଭାରପ୍ରାପ୍ତ ଆଞ୍ଚଳିକ ପରିବହନ ଅଧିକାରୀ ସଂଗ୍ରାମଶେଖର ପଣ୍ଡା, ମୋଟର ଯାନ ନିରୀକ୍ଷକ ବସନ୍ତ କୁମାର ମହାପାତ୍ର ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏହି ଅବସରରେ ଜିଲ୍ଲା କ୍ରୀଡାଧିକାରୀ ପ୍ରଭାକର ତ୍ରିପାଠୀ,ପାରଳାଖେମୁଣ୍ଡି ଉପଖଣ୍ଡ ସ୍ଥରୀୟ ପୋଲିସ ଅଧିକାରୀ ରାମକୃଷ୍ଣ ପତିଙ୍କ ସମେତ ବହୁ ଅଧିକାରୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।ଶୋଭାଯାତ୍ରା ଆରମ୍ଭ ହେବା ପୂର୍ବରୁ ପଥପ୍ରାନ୍ତ ନାଟକ ଓ ପିଲାମାନେ ସ୍କେଟିଂ ପ୍ରଦର୍ଶନ କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ବାର୍ତ୍ତାକୁ ଅବଗତ କରାଇବା ସହିତ ଏହି ବିଷୟରେ ସଚେତନତା କରିଥିଲେ ।

LEAVE A REPLY

Please enter your comment!
Please enter your name here