ଶ୍ରୀ ଶ୍ରୀ ଶ୍ରୀ ସଙ୍କଟ ମୋଚନ ଭଲି ବଳ ଟୁର୍ନାମେଣ୍ଟ ଉଦଘାଟିତ

0
363

ଗଞ୍ଜାମ(ଜଗନ୍ନାଥ ସାହୁ) ଆଜି ସକାଳ 11:30 ମିନିଟ ସମୟରେ ରାଳବ ଗ୍ରାମ ରେ ଶ୍ରୀ ଶ୍ରୀ ଶ୍ରୀ ସଙ୍କଟ ମୋଚନ ଭଲି ବଳ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଏହି ଉଦଘାଟନ ଉତ୍ସବରେ ରେ ମୁଖ୍ୟ ଅତିଥି ଭାବେ ବ୍ଲକ୍Y ଅଧ୍ୟକ୍ଷ ଏନ.ରାଘୁନାଥ, ସନ୍ମାନିଥ ଅତିଥି ହିଞ୍ଜିଳି ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ଯୁକ୍ତ ପ୍ରସନ୍ନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ – ଶ୍ରୀଯୁକ୍ତ ଅଭିମନ୍ୟୁ ଦାସ, ପୂର୍ବତନ ବ୍ଲକ ଅଧକ୍ଷ – ଶ୍ରୀଯୁକ୍ତ ସୁରେନ୍ଦ୍ର ପ୍ରଧାନ, ବିଜେଡି ଯୁବ କାର୍ଯ୍ୟକର୍ତ୍ତା -ଶ୍ରୀଯୁକ୍ତ ଅଜୁ ମହାରଣା,ବିଜେଡି ଯୁବ କାର୍ଯ୍ୟକତା ମନୋଜ,ଗନ୍ତାୟତ ଦଳାଇ, ଲାବାନ୍ୟ ବରଡ ଅତିଥି ଭାବେ ଯୋଗ ଦେଇଥିଲେ।ଥାନା ଅଧିକାରୀ ଏବଂ ଗୋଷ୍ଟି ଉନ୍ନୟନ ଅଧିକାରୀ ଦ୍ଵୀପ ପ୍ରଜ୍ବଳନ କରିଥିଲେ। ବ୍ଲକ୍ ଅଧ୍ୟକ୍ଷ ଏନ.ରଘୁନାଥ ରିବିନି କାଟିବା ସହ ରାଳବ ଗ୍ରାମରେ ଖେଳ ପଡିଆ କରିବା ପାଇଁ ପ୍ରତିଶ୍ୱତି ଦେଇଛନ୍ତି।ଆଜିର ପ୍ରଥମ ମ୍ୟାଚ ଭଞ୍ଜନଗର ସହ ପାୱାର ସିସ୍କ୍ ବ୍ରହ୍ମପୁର ଥିଲା।ଏହି ମ୍ୟାଚ ରେ ପାୱାର ସିସ୍କ୍ ବିଜୟୀ ହୋଇଛି।ଏହି କାର୍ଯ୍ୟକ୍ରମ ରାଳବ ଗ୍ରାମର ଯୁବଗୋଷ୍ଠୀ ମିଳିତ ଉଦ୍ୟମରେ ହୋଇ ପାରିଛି।ପ୍ରାୟ 25 ବର୍ଷ ପରେ ପୁଣି ଏହି ପରି ଟୁନାମେଣ୍ଟ ନିଜ ଗାଁ ମାଟିରେ ହୋଇ ପୁଣି ପୁରୁଣା ସ୍ମୁତି କୁ ମନେ ପକାଇ ଦେଇଥିବାରୁ ସମସ୍ତେ ଖୁସି ବ୍ୟକ୍ତ ଅଛନ୍ତି।

LEAVE A REPLY

Please enter your comment!
Please enter your name here