ଛତିଶଗଡରେ ବୋଲେରୋ ଦୁର୍ଘଟଣା, ଉମରକୋଟ ବ୍ଲକର ତିନି ମୃତ ୭ ଜଣ ଆହତ

0
286

ନବରଙ୍ଗପୁର(କ୍ରିଷ୍ଣା ସାହୁ) ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବୋଲେରୋ । ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ମେନ୍ ପୁର ଡାକ୍ତରଖାନା ରେ ଭର୍ତି କରାଯାଇଛି ।ସଡ଼କ ସୁରକ୍ଷା ମାସ ଚାଲିଥିବା ବେଳେ ଜାତୀୟ ରାଜପଥ ୧୩୦ ରେ ଜବଲପୁର ନିକଟ ରେ ଧୃତ ଗତିରେ ଚାଲୁଥିବା ଏକ ବୋଲେରୋ ଅନ୍ୟ ଏକ ଗାଡି କୁ ସାଇଡ ଦେବା ସମୟରେ ଭାରସାମ୍ୟ ହରାଇ ଏକ ଗଛ ରେ ପିଟି ହୋଇଥିଲା । ଫଳରେ ବୋଲେରୋ ର ଟାୟାର ଫାଟି ଯାଇଥିଲା ।ଏବଂ ବୋଲେରୋ ଟି ରାସ୍ତା ଉପରେ ପାଞ୍ଚ ପାଲଟି ମାରିଥିଲା । ଫଳରେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ୭ ଜଣ ଗୁରୁତର ହୋଇଥିଲେ । ଗାଡି ର ଅବସ୍ଥା ଦେଖି ଦୁର୍ଘଟଣା ର ମାତ୍ରା ଅନୁମାନ କରିହେବ । ଦୁର୍ଘଟଣା ଘଟିଥିବା ବୋଲେରୋ ଟି ର ନମ୍ବର ହେଲା ସି.ଜି. ୦୫ ୟୁ ୧୨୮୫ । ଏବଂ ଏଥିରେ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ତୋହରା ଓ ବେହେଡ଼ା ପଞ୍ଚାୟତ ର ଲୋକ ରହିଥିଲେ। ଗାଡି ରେ ମୋଟ ୧୦ ଜଣ ଥିଲେ। ଘଟଣା ସ୍ଥଳରେ ଡ୍ରାଇଭର ନିରଞ୍ଜନ ପାତ୍ର ,ଚରଣ ମାଝୀ ଓ ସୁନାଧର ହରିଜନ ଙ୍କମୃତ୍ୟୁ ହୋଇଥିବା ସୂଚନା ରହିଛି । ଏମାନେ ଡ୍ରାଇଭିଂ ଲାଇସେନ୍ସ କାମରେ ଛତିଶଗଡ ର ଗରିଆବନ୍ଧ କୁ ଯାଇଥିଲେ । ଏବଂ ଫେରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

LEAVE A REPLY

Please enter your comment!
Please enter your name here