ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ :ଦେଶୀ ବିଦେଶୀ ମଦ ଜବତ,୩ ଗିରଫ

0
254

କନ୍ଧମାଳ(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ କରାଯାଇଛି। ଏହି ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି।ଅବକାରୀ ବିଭାଗର ସୂଚନା ପ୍ରକାରେ, ଆଜି ଫିରିଙ୍ଗିଆ ଥାନା ଅନ୍ତର୍ଗତ ବବଡିଙ୍ଗିଆ ଓ ଗୋଚ୍ଛାପଡା ଥାନା ଅନ୍ତର୍ଗତ ନାକଡିସରୁ ଗ୍ରାମରେ ଚଢାଉ କରାଯାଇଥିଲା। ଏହି ଚଢାଉ ବେଳେ ବବଡିଙ୍ଗିଆର ଗୋବିନ୍ଦ ଦିଗାଲଙ୍କ ଘରୁ ୨୫ ଲିଟର ଓ ରାଜିବ ଲୋଚନ ପ୍ରଧାନଙ୍କ ଘରୁ ୨୦ ଲିଟର ଦେଶୀ ମଦ ଜବତ ହୋଇଥିଲା। ସେହିଭଳି ଗୋଚ୍ଛାପଡା ଥାନା କଟ୍ରିଙ୍ଗିଆ ପଂଚାୟତ ନାକଡିସରୁ ଗ୍ରାମର ସୁର୍ଯ୍ୟନାରାୟଣ ପଣ୍ଡାଙ୍କ ପାଖରୁ ୨୪ ବୋତଲ ବିୟର ଜବତ ହୋଇଛି। ଅବକାରୀ ବିଭାଗ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ଅବକାରୀ ସବ ଇନସ୍ପେକ୍ଟର ଅଜୟ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇ ଥିଲା।

LEAVE A REPLY

Please enter your comment!
Please enter your name here