ଅବସର ପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

0
260

ଗଞ୍ଜାମ:ଦିଗପହଣ୍ଡି ବ୍ଳକ ନିମଖଣ୍ଡି ପେଣ୍ଠ ଗ୍ରାମର ବୟୋଜ୍ୟେଷ୍ଠ ପୁରୋହିତ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶଶିଭୂଷଣ କରଙ୍କ ଶନିବାର ସକାଳେ ପରଲୋକ ହୋଇଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୭ ବର୍ଷ ବୟସ ହୋଇଥିଲା । ସ୍ବର୍ଗତ ପ୍ରଧାନଶିକ୍ଷକ ଏକାଧାରରେ ଜଣେ ପଣ୍ଡିତ ପୁରୋହିତ , ଆଦର୍ଶ ଶିକ୍ଷକ, ଆୟୁର୍ବେଦ ବିଶାରଦ , କୃଷକ ନେତା ,ସମାଜସେବୀ , ପରୋପକାରୀ , ମିଷ୍ଟଭାଷୀ ଭାବେ ବେଶ୍ ଜଣାଶୁଣା ଥିଲେ । ଘୋଡାହାଡ ଜଳସେଚନ ପାଣିପଞ୍ଚାୟତ ଜଳ ପରିଚାଳନା କ୍ଷେତ୍ରରେ ଆଦର୍ଶ କାର୍ଯ୍ୟ କରି ସେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କାର ଲାଭ କରିଥିଲେ । ନିମଖଣ୍ଡି ପେଣ୍ଠ ଗ୍ରାମରେ ହାଇସ୍କୁଲ ପ୍ରତିଷ୍ଠା , ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରଗତି ପାଠାଗାର ପ୍ରତିଷ୍ଠା ଦିଗରେ କାର୍ଯ୍ୟ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଏବଂ ଚିକିତ୍ସକ ତଥା ଏହି ଅଞ୍ଚଳରେ ଯଜ୍ଞାନୁଷ୍ଠାନ ଅନୁଷ୍ଠିତ କରି ଲୋକଙ୍କ ନିକଟତର ହୋଇଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଜେଷ୍ଠ ପୁତ୍ର ଗବେଷକ ଡଃ ଅନନ୍ତରାମ କର କୈାଣ୍ଡିନ୍ଯ , ପୁତ୍ରବଧୂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପ୍ରବାସିନୀ ଷଡ଼ଙ୍ଗୀ , ମଧ୍ୟମ ଏବଂ କନିଷ୍ଠ ପୁତ୍ର ଅଜିତ୍ କୁମାର କର , ଅକ୍ଷୟ କୁମାର କର ଏବଂ ଦୁଇ କନ୍ୟା ତମାଳ ପଣ୍ଡା ,ହଜାରୀ କୁମାରୀ ମିଶ୍ର ଉପସ୍ଥିତ ଥିଲେ । ଆଜି ତାଙ୍କ ଶବଯାତ୍ରାରେ ନିମଖଣ୍ଡି ପେଣ୍ଠ ଗ୍ରାମ ତଥା ଅଞ୍ଚଳର ଶତାଧିକ ବ୍ୟକ୍ତି , ଶିଷ୍ୟ ବର୍ଗ , ପୁରାତନ ଛାତ୍ର ଯୋଗ ଦେଇଥିଲେ ।

ରିପୋର୍ଟ:କିରଣ ବେହେରା

LEAVE A REPLY

Please enter your comment!
Please enter your name here