ଆଞ୍ଚଳିକ ମହାବିଦ୍ୟାଳୟରେ ଜାତୀୟ ସଡ଼କ ସୁରକ୍ଷା କର୍ମଶାଳା ଅନୁଷ୍ଠିତ

0
343

ଜଗନ୍ନାଥ ପ୍ରସାଦ(ନିଲୁ ବିଷୋୟୀ) ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଆଞ୍ଚଳିକ ମହାବିଦ୍ୟାଳୟ ଯୁବ ରେଡକ୍ରସ ଶାଖା ଓ ଜାତୀୟ ସେବା ଯୋଜନା ଶାଖା ତରଫରୁ କଲେଜ ପରିସର ମଧ୍ୟରେ ପବିତ୍ର ଶାମ୍ବ ଦଶମୀ, ନେତାଜୀ ଜୟନ୍ତୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ତିଥିରେ ୩୨ ତମ ଜାତୀୟ ସଡ଼କ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଛି । ଏହି କର୍ମଶାଳାରେ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷ ଡଃ ଜୟ ଦେବ ଗୌଡ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଅନୁପ ପଣ୍ଡା ପ୍ରଭୁ ଜଗନ୍ନାଥ ଓ ନେତାଜୀଙ୍କ ବିଗ୍ରହରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମ କୁ ଉଦଘାଟନ କରିବା ସହିତ ସଡକ ସୁରକ୍ଷା ଓ ଆଇନ କାନୁନ ସହିତ ଦୁଇ ଥର DL ରଦ୍ଦ ହେଲେ ଗାଡି ଚଳାଇ ପାରିବେ ନାହିଁ ବୋଲି ଉଦବୋଧନ ଦେଇଥିଲେ । ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭାରପ୍ରାପ୍ତ ଅଧ୍ୟକ୍ଷ ସଡକ ସୁରକ୍ଷା ସମ୍ପକର୍କରେ ଶପଥ ପାଠ କରାଇବା ସହିତ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମର ଉଦ୍ଧେଶ୍ୟ ତଥା ପ୍ରବକ୍ତା ଭାବେ ରେଡ୍ କ୍ରସ୍ କାଉନ୍ସିଲର ପ୍ରାଧ୍ୟାପକ ଲୋକନାଥ ମହାନ୍ତି ସଡକ ସୁରକ୍ଷା ସଙ୍ଗୀତ ଗାନ କରିବା ସହ, ସଡକ କଣ, ଟ୍ରାଫିକ୍ ର ଇତିହାସ, ସଡକ ଦୁର୍ଘଟଣାର କାରଣ ଓ ନିରାକରଣ ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ବକ୍ତା ଭାବେ ଅଧ୍ୟାପକ ମହେଶ ପ୍ରସାଦ ପଟ୍ଟନାୟକ ସଡକ ଦୁର୍ଘଟଣା ଓ ଯୁବ ସମାଜ ସମ୍ପର୍କରେ ଉଦବୋଧନ ଦେଇଥିଲେ । ବିଶିଷ୍ଟ ବକ୍ତା ଭାବେ ଜାତୀୟ ସେବା ଯୋଜନା ଅଧିକାରୀ ଅଧ୍ୟାପକ ସୁନିରକାନ୍ତ ମିଶ୍ର  ଗାଡ଼ିଚାଳନାରେ ମହିଳା ମାନଙ୍କର ସଚେତନତା ଓ ସୁରକ୍ଷା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଶେଷରେ ମହାବିଦ୍ୟାଳୟର ଡି.ଇ.ଓ ସରୋଜ କୁମାର ନାୟକ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ନନ୍ଦନ ବିଶ୍ଵାଳ, ଅଶୋକ ବାରିକ, ଫକୀର ମୋହନ ସେନାପତି, ଅବିନାଶ ଡାକୁଆ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here