ଶଙ୍କରୁ ଗ୍ରାମରେ କୁର୍ମୀ କ୍ଷତ୍ରୀୟ ସମାଜ ଗୃହ ଉଦଘାଟିତ

0
254

ବୁଗୁଡା:ବୁଗୁଡା ବ୍ଲକ ଅନ୍ତର୍ଗତ ଶଙ୍କୁରୁ ଗ୍ରାମାରେ ନିଖିଳ ଉତ୍କଳ କୁର୍ମୀ କ୍ଷତ୍ରୀୟ ସଂସ୍ଥାର ଶଙ୍କୁରୁ ଗ୍ରାମରେ ଗ୍ରାମ୍ୟ ସମାଜ ଗୃହ ଜୁଲାଇ ୪ ତାରିଖ ଦିନ ଉଦଘାଟନ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଛାମୁଣ୍ଡା ଅଞ୍ଚଳ ସଭାପତି ମୁରଲୀଧର ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ରାଜ୍ୟ କମିଟି ସଭ୍ୟ ଗଙ୍ଗାଧର ନାୟକ, ଓ ବଂଶୀଧର ନାୟକ, ବୁଗୁଡା ପିପୁଲସ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ହରିକୃଷ୍ଣ ନାୟକ, ଶଙ୍କୁରୁ ଗ୍ରାମ୍ୟ କମିଟି ସଭାପତି ବିକ୍ରମାଦିତ୍ୟ ଆରୁଖ, ଏବଂ ଶଙ୍କୁରୁ ଗ୍ରାମ୍ୟ କମିଟି ସମ୍ପାଦକ ପଦ୍ମନାଭ ନାୟକ ଯୋଗଦେଇଥିଲେ। ଶଙ୍କୁରୁ ସମାଜ ଗୃହ ପ୍ରତିଷ୍ଠା କାର୍ଯ୍ୟରେ କାର୍ତ୍ତଭାବେ ଗ୍ରାମ୍ୟ ସଭାପତି ଶ୍ରୀ ଆରୁଖ କର୍ତ୍ତା ଭାବେ ହୋମ ଓ ବିଭିନ୍ନ କର୍ମ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମ୍ୟ କମିଟି ସଭାପତି ବୃନ୍ଦ ଯୋଗ ଦେଇଥିବା ବେଳେ ଶଙ୍କୁରୁ ଗ୍ରାମ ସମାଜ ସଦସ୍ୟ ବୃନ୍ଦ ସହଯୋଗ କରିଥିଲେ।

ରିପୋର୍ଟ :ଅନିଲ କୁମାର ମହାରଣା

LEAVE A REPLY

Please enter your comment!
Please enter your name here