ଶ୍ରୀରାମ ମନ୍ଦିର ନିଧି ସଂଗ୍ରହ ରଥକୁ ସ୍ୱାଗତ

0
439

ବୁଗୁଡା(ଅନିଲ କୁମାର ମହାରଣା) ପବିତ୍ର ଶାମ୍ବ ଦଶମୀ ଅବସରରେ ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ସକାଶେ ଭ୍ରାମ୍ୟମାଣ ନିଧି ସଂଗ୍ରହ ରଥ ବାଲିପଦରରେ ପୂର୍ବାହ୍ନରେ ପହଞ୍ଚିଥିବା ବେଳେ ସ୍ୱାଗତ କରାଯାଇଥିଲା । ବାଲିପଦର ଉନ୍ନୟନ ପରିଷଦର ସଭାପତି ଇଂ.ଲକ୍ଷ୍ମୀ ପ୍ରସାଦ ନାୟକଙ୍କ ପୌରହିତ୍ୟରେ ବଜାରଛକ ଠାରେ ଏକ ପଥପ୍ରାନ୍ତ ନିବେଦନ ସଭାରେ ପ୍ରଚାରକ ଶାନ୍ତନୁ ମାଝି ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ସକାଶେ ସହଯୋଗ କରିବା ପାଇଁ ସର୍ବସାଧାରଣଙ୍କୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ନାରାୟଣ ସାମନ୍ତରା, ଉମାଶଙ୍କର ନାୟକ, ଜି.ମନୋଜ ପାତ୍ର, ଇ.ଶଙ୍କର ରାଓ, ଇ.ବାଳକୃଷ୍ଣ ଦୋରା, ଜି.ସଞ୍ଜୀବ ପାତ୍ର, କେ.ଅଚ୍ୟୁତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ରଥକୁ ବଜାର ଓ ସାହି ପରିକ୍ରମା କରି ସମିତି ନିର୍ଦ୍ଧାରିତ ରସିଦ ମାଧ୍ୟମରେ ନିଧି ସଂଗ୍ରହ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here