ଏନଏସି ପକ୍ଷରୁ ମାପ ଓ ଓଜନ ଯାଞ୍ଚ, ୯୦୦୦ ଟଙ୍କା ଅର୍ଥଦଣ୍ଡ ଆଦାୟ

0
117

ବୁଗୁଡା: ଗଞ୍ଜାମ ଜିଲ୍ଲାର ବୁଗୁଡା ବିଜ୍ଞାପିତ ଅଞ୍ଚଳ ପକ୍ଷରୁ ମାର୍ଚ୍ଚ ୬ ତାରିଖ ଦିନ ବୁଗୁଡାର ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଚଢ଼ାଉ କରାଯାଇ ମାପ ଓ ଓଜନ ଯାଞ୍ଚ କରାଯାଇ ୯୦୦୦ ଟଙ୍କା ଜରିମାନା ଆଦାୟ କରାଯାଉଥିବା ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ସୁନନ୍ଦ ଶେଖର ସାହାଣୀ ପ୍ରକାଶ କରିଛନ୍ତି। ବୁଧବାର ଦିନ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାହାଣୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ମାପ ଓ ଓଜନ ଯାଞ୍ଚ କାର୍ଯ୍ୟକ୍ରମରେ ମାଜିଷ୍ଟ୍ରେଟ ଦାୟିତ୍ବରେ ବୁଗୁଡା ତହସିଲଦାର ତାପସ ରାଉତ ଯୋଗଦେଇଥିବା ବେଳେ ଭଞ୍ଜନଗର ପରିମାପ ବିଜ୍ଞାନ ପରିଦର୍ଶନ ଓ ବୁଗୁଡା ପୋଲିସ ବାହିନୀ ଙ୍କ ମିଳିତ ଚଢ଼ାଉ ହୋଇଥିଲା। ଯାଞ୍ଚ ସମୟରେ ଯେଉଁ ସବୁ ବ୍ୟବସାୟୀ ନିଜର ମାପ ଯନ୍ତ୍ର ମୁଦ୍ରାଙ୍କ କରିନଥିଲେ ଏବଂ ନିକିତି ଓ ବଟକରା ନବୀକରଣ କରିନଥିଲେ ସେମାନଙ୍କ ଠାରୁ ମୋଟ ନଅ ହଜାର ଟଙ୍କା ଅର୍ଥଦଣ୍ଡ ଆଦାୟ କରାଯାଇଥିଲା।

ରିପୋର୍ଟ:ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here