ଚତୁର୍ଥ ଦିବସ ସୁଦ୍ଧା ମୋଟ ୩୨୦ ଜଣଙ୍କୁ ଟୀକା

0
250

ବୁଗୁଡା(ଅନିଲ କୁମାର ମହାରଣା) ଜାନୁୟାରୀ ୨୨ ତାରିଖ ଚତୁର୍ଥ ଦିବସ ସୁଦ୍ଧା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମୋଟ ୩୨୦ ଜଣଙ୍କୁ ଟୀକା ଦିଆଯାଇଥିବା ଜଣାପଡ଼ିଛି। ପ୍ରଥମ ଥର ୩୦୦ ଓ ଦ୍ଵିତୀୟ ଥର ୨୦୦ ଟୀକା ଏହିପରି ମୋଟ ୫୦୦ ଟୀକା ଆସିଥିବା ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ଶୁଭାଶିଷ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ପ୍ରଥମ ଦିନ ୬୦ ଜଣ, ଦ୍ଵିତୀୟ ଦିନ ୧୨୫ ଜଣ, ତୃତୀୟ ଦିନ ୧୦୧ ଜଣ ଓ ଚତୁର୍ଥ ଦିନ ୩୪ ଜଣ କରୋନା ଯୋଦ୍ଧାଙ୍କୁ କୋଭିଡ ଟୀକା ଦିଆଯାଇଥିବା ବିପିଏମ ବିଶ୍ଵଜିତ ପ୍ରଧାନ ପ୍ରକାଶ କରିଛନ୍ତି। ଆହୁରି ୨୧୪ ଜଣଙ୍କୁ ଟୀକା ଗଚ୍ଛିତ ଥିବା ଜଣାପଡ଼ିଛି। ଜାନୁଆରୀ ୨୫ ତାରିଖରେ ପଞ୍ଚମ ଦିବସରେ ଅବଶିଷ୍ଟ କରୋନା ଯୋଦ୍ଧାଙ୍କୁ ଟୀକା ଦିଆଯିବ। ବର୍ତ୍ତମାନ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୮୦ ଜଣଙ୍କ ପାଇଁ ଟୀକା ଗଚ୍ଛିତ ଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here