ମାଣିତରାରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0
300

ବୁଗୁଡା(ଅନିଲ କୁମାର ମହାରଣା) ଗଞ୍ଜାମ ଜିଲ୍ଲା ବୁଗୁଡା ଥାନା ଅନ୍ତର୍ଗତ ମାଣିତରା ଗ୍ରାମରେ ସଡକ ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଜାନୁୟାରୀ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଉପଲକ୍ଷେ ମାଣିତରା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସଭା ଅନୁଷ୍ଠିତ ହୋଇଥିଲା। ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସଡକ ଦୁର୍ଘଟଣାରେ ଅନେକ ଅମୂଲ୍ୟ ଜୀବନ ଯାଇଥିବା ପ୍ରକାଶ କରିଥିଲେ। ସେଥି ମଧ୍ୟରୁ ବିନା ହେଲେମେଟରେ ଦୁଇ ଚକିଆ ଯାନରେ ଯାତାୟାତ ଓ ବିନା ବେଲଟରେ କାରରେ ଯାତାୟାତ ଯୋଗୁଁ ଅଧିକ ପ୍ରତିଶତ ହୋଇଥାଏ, ଯାହାକି ଆମେ ସଚେତନ ହେଲେ ରୋକିପାରିବା ବୋଲି ପ୍ରକାଶ କରିବା ସହ ଚାଲିକରି ଯିବାବେଳେ ଡାହାଣ ପାଖରେ ଯିବା କିପରି ନିରାପଦ ତାହା ବୁଝାଇଥିଲେ। ଏଥିରେ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷ ଅନୁପ କୁମାର ପଣ୍ଡା ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଅନିଲ କୁମାର ମହାରଣା,ଯୁବ ରେଡକ୍ରସର ପରାମର୍ଶଦାତା ଅଧ୍ୟାପକ ଦିଲ୍ଲୀପ କୁମାର ଆଚାର୍ଯ୍ୟ, ଅଧ୍ୟାପକ ସନ୍ତୋଷ କୁମାର ଗୌଡ଼, ଅଧ୍ୟାପକ ଆଶୀଷ କୁମାର ପାତ୍ର,ଅଧ୍ୟାପକ କାହ୍ନୁ ଚରଣ ଦାଶ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ୧୮ବର୍ଷ ହେଲେ ଡ୍ରାଇଭିଙ୍ଗ ଲାଇସେନ୍ସ କରି ବାଇକ ଚଳାଇବାକୁ ପରାମର୍ଶ ଦେବାସହ ଟ୍ରାଫିକ ନିୟମ ମାନି ଚାଲିବାକୁ କହିଥିଲେ। ଏହାପରେ ଆଇଆଇସି ବେହେରାଙ୍କ ନେତୃତ୍ୱରେ ପୋଲିସ ବାହିନୀ ଓ ଶ୍ରୀ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଛାତ୍ରଛାତ୍ରୀ ବୃନ୍ଦ ବ୍ୟାନର ଓ ପ୍ଲାକକାର୍ଡ଼ ଧରି ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଡକ ସୁରକ୍ଷା ନେଇ ସଚେତନତା କରାଇଥିଲେ।

LEAVE A REPLY

Please enter your comment!
Please enter your name here