ନୀଳକଣ୍ଠେଶ୍ୱର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ରୁମାଗଡ ଚମ୍ପିୟାନ, ଖରିଡା ରାନର୍ସ ଅପ

0
329

ବୁଗୁଡା(ଅନିଲ କୁମାର ମହାରଣା) ବୁଗୁଡା ବ୍ଲକ୍ ଅନ୍ତର୍ଗତ ବାଲିପଦର ଠାରେ ଦୀର୍ଘ ଏକ ମାସ ଧରି ଚାଲିଥିବା ନୀଳକଣ୍ଠେଶ୍ୱର କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଜାନୁଆରୀ ୨୧ ତାରିଖ ଦିନ ଫାଇନାଲ ମ୍ୟାଚରେ ରୁମାଗଡ ଟିମ୍ ବିଜୟୀ ହୋଇ ଚମ୍ପିୟାନ ହୋଇଛି। କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦଯାପିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇଂ.ଲକ୍ଷ୍ମୀ ପ୍ରସାଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ଜେନା, ସମିତିସଭ୍ୟ ମହେନ୍ଦ୍ର ପ୍ରସାଦ ପଣ୍ଡା, ଉମାଶଙ୍କର ନାୟକ, କେ.ମନୋଜ ଆଚାରୀ, ଇ.ଶଙ୍କର ରାଓ ଓ ଜି.ସଞ୍ଜୀବ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଅନ୍ତିମ ଦିବସ ମ୍ୟାଚ୍ ରେ ରୁମାଗଡ ଟିମ୍ ପ୍ରଥମେ ବ୍ୟାଟିଙ୍ଗ୍ କରି ୨୫୯ ରନ୍ ସଂଗ୍ରହ କରିଥିବା ବେଳେ ଜବାବରେ ଖରିଡା ଟିମ୍ ନିର୍ଦ୍ଧାରିତ ଓଭରରେ ୧୫୪ ରନ୍ କରି କରିଥିଲେ। ମୁଖ୍ୟଅତିଥିଙ୍କ ଠାରୁ ବିଜୟୀ ରୁମାଗଡ ଟିମ ଚମ୍ପିୟାନ ଟ୍ରଫି ଗ୍ରହଣ କରିଥିବା ବେଳେ ଖରିଡା ଟିମ୍ ରନର୍ସ ଅପ ସିଲଡ଼ ଗ୍ରହଣ କରିଥିଲେ। ରୁମାଗଡ ଟିମ୍ ର ଅମୂଲ୍ୟଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଓ ଖରିଡା ଟିମ୍ ର ରାଜାଙ୍କୁ ମ୍ୟାନ୍ ଅଫ୍ ଦି ସିରିଜ୍ ଭାବେ ସମ୍ମାନୀତ କରାଯାଇଥିଲା । ଏମ୍ପାୟର ଭାବେ ବିଜେନ୍ଦ୍ର ମହାରଣା ଓ ଟିଟୁ ପଣ୍ଡା କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ପ୍ରଭାକର ସ୍ୱାଇଁ କମେଣ୍ଟ୍ରି କରିଥିଲେ । ଆୟୋଜକ ବାଲିପଦର ନୀଳକଣ୍ଠେଶ୍ୱର କ୍ରିକେଟ୍ ଟିମ୍ ର ସମସ୍ତ ସଦସ୍ୟମାନଙ୍କ ସମେତ ସାନୁ, ସାଗର, ପିଙ୍କୁ, ଭିକି ଓ ମନୋଜ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here