ଇନ୍ଦାବତୀ ମଝି ନଇଁ ରେ ଫସିଲା ବୋଟ ଉଦ୍ଧାର କଲା ୧୦୮ ଆମ୍ବୁଲାନ୍ସ ବୋଟ

0
408

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ମଝି ନଇଁ ରେ ଖରାପ ହୋଇଗଲା ବୋଟ । ଫସିଲେ ବୋଟ ଯାତ୍ରୀ । ଉଦ୍ଧାର କଲା ୧୦୮ ବୋଟ ଆମ୍ବୁଲାନ୍ସ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ପୋଡ଼ାଗଡ଼ ନଦୀ ରେ । ଗତକାଲି ୮ ଜଣ ଯାତ୍ରୀ ଉପର ପଙ୍ଗା ଗ୍ରାମକୁ ଏକ ନିର୍ବନ୍ଧ କାର୍ଯ୍ୟରେ ଯୋଗଦେବା ପାଇଁ ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ନଦୀ ର ବାରିଆଘାଟ ର ବୋଟ ରେ ଚଢ଼ିଥିଲେ । ତେବେ ସାରା ପରିବାର ଖୁସି ରେ ଯାଉଥିବା ବେଳେ ଅଧା ନଈରେ ବୋଟ ଖରାପ ହୋଇ ଗଭୀର ନଦୀରେ ଅଟକି ଯାଇଥିଲା । ଆଗକୁ ବଢି ପାରିନଥିଲା କି ଅନ୍ୟ କୋଉପଟେ ଯାଇପାରୁନ ଥିଲେ ବୋଟରେଥିବା ଯାତ୍ରୀ ଗଭୀର ନଦୀରେ ବାହାରକୁ ବାହାରିବା ପାଇଁ ଅନ୍ୟ କୌଣସି ଉପାୟ ନ ଥିବାରୁ ଭୟଭୀତ ହୋଇ ବୋଟ ଭିତରେ ଭଗବାନ ଙ୍କୁ ସ୍ମରଣ କରି ରହିଥିଲେ । ଦୀର୍ଘ ଦୁଇ ରୁ ତିନି ଘଣ୍ଟା ଏଭଳି ଅବସ୍ଥାରେ ଥିବା ବେଳେ ଠିକ ଏହି ସମୟରେ ଏହି ରାସ୍ତା ଦେଇ ଗୁଣ୍ଟୁରୁଖାଲ କୁ ଏକ ରୋଗୀ କୁ ଆଣିବାକୁ ୧୦୮ ବୋଟ ଆମ୍ବୁଲାନ୍ସ ଯାଉଥିବା ବେଳେ ନଦୀ ମଝିରେ ବୋଟ ଅଟକି ଥିବା ଦେଖି ବୋଟ ନିକଟକୁ ଯାଇଥିଲେ ୧୦୮ ରେ ଥିବା ବୋଟ କର୍ମୀ । ଏବଂ ବୋଟ ଖରାପ ହୋଇଥିବା ଜାଣିପାରି ବୋଟ ର ସମସ୍ତ ଯାତ୍ରୀ ଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ନିକଟସ୍ଥ ଏକ ଜାଗାରେ ଛାଡିଥିଲେ ।ଏଭଳି ବିପଦ ପୂର୍ଣ୍ଣ ଅବସ୍ଥାରେ ସହାୟତା କରିଥିବାରୁ ୧୦୮କର୍ମଚାରୀ ଙ୍କୁ ସମସ୍ତେ ଭୂୟିଏସ ପ୍ରଶଂସା କରିଛନ୍ତି।

LEAVE A REPLY

Please enter your comment!
Please enter your name here