ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ରାଜସ୍ବ କ୍ରିକେଟ ଲିଗ; ସୋରଡ଼ା ଚାମ୍ପିୟନ

0
363

ଭଞ୍ଜନଗର (ନିଲୁ ବିଷୋୟୀ ) ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜ ପଡିଆ ଠାରେ ଦିନିକିଆ ଉପଖଣ୍ଡ ସ୍ତରୀୟ ରାଜସ୍ବ କ୍ରିକେଟ ଲିଗ ଦ୍ୱିତୀୟ ସିଜନ ଅନୁଷ୍ଠିତ ହେଇଯାଇଛି । ଫାଇନାଲ ମ୍ୟାଚ ରେ ଗତଥରର ଚମ୍ପିୟାନ ବଳଦେବ ସ୍ୱାମୀ କ୍ରିକେଟ ଟିମ ବୁଗୁଡ଼ା କୁ ସଂଘର୍ଷ ପୁର୍ଣ ମ୍ୟାଚରେ ରୟାଲ ୱାରିୟର ସୋରଡ଼ା ପରାସ୍ତ କରି ଚମ୍ପିୟାନ ହେଇଛି। ଟୁର୍ନାମେଣ୍ଟରେ ମୋଟ ଭଞ୍ଜନଗର ଉପଖଣ୍ଡ ର ଆଠଟି ବ୍ଲକ ତହସିଲ, ବ୍ଲକ, ପୌରାଞ୍ଚଳ କାର୍ଯ୍ୟାଳୟ ର କର୍ମଚାରୀଙ୍କୁ ନେଇ ଆଠଟି ଟିମ ଗଠନ କରି ଟୁର୍ନାମେଣ୍ଟ ରେ ଅଂଶ ଗ୍ରହଣ କରିଥିଲେ । ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ଜଙ୍ଗଲ ,ପରିବେଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ ଯୋଗ ଦେଇ ସମସ୍ତଙ୍କୁ ଉତ୍ସାହିତ କରିବା ସହ ଚମ୍ପିୟାନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ଆରୁଖ ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସରକାର ଗ୍ରହଣ କରିଥିବା ବିଭିନ୍ନ ବିକାଶ ମୂଳକ ପଦକ୍ଷେପ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ର ଅଧ୍ୟକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ଭଞ୍ଜନଗର ପୋଲିସ ଏସ. ଡି. ପି. ଓ ଶୁଭ୍ରାଂଶୁ ଶେଖର ମିଶ୍ର,କେଏସୟୁବି କଲେଜ ପ୍ରିନସିପାଲ ସୁବାଷ ଚନ୍ଦ୍ର ପ୍ରଧାନ, ଗ୍ରାମ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ ତ୍ରିଲୋଚନ ନାହାକ, ଦକ୍ଷିଣ ଘୁମସର ବନଖଣ୍ଡ ଡିଏଫଓ ସତ୍ୟନାରାୟଣ ବେହୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଅମ୍ପାୟାର ଭାବେ ସୁଧୀର ପରିଡା, ରବିନାରାୟଣ ରାଉତରାୟ ଏବଂ ଭିକି ମ୍ୟାଚ ପରିଚାଳନ କରିଥିଲେ। ଉଦଘୋଷକ ଭାବେ ଶେରଗଡ଼ ତହସିଲଦାର ଦୟାସିନ୍ଧୁ ପରିଡା ଦାୟିତ୍ୱ ମୁଣ୍ଡେଇ ଥିଲେ। ଫାଇନାଲ ମ୍ୟାଚ ରେ ମ୍ୟାନ ଅଫ ଦି ମ୍ୟାଚ ଭାବେ ସୋରଡ଼ା ଟିମ ର କେ. ରାମୁ ଏବଂ ମ୍ୟାନ ଅଫ ଦି ସିରିଜ ଭାବେ ବୁଗୁଡ଼ା ଟିମ ର ତୁଷାର ବିବେଚିତ ହେଇଥିଲେ । ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜଙ୍କ ପ୍ରତ୍ୟେକ ତତ୍ଵାବଧାନରେ ଲଗାତାର ଭାବେ ଦୁଇବର୍ଷ ଧରି ଆୟୋଜନ ଜାରି ରହିଛି । ଏହି ଟୁର୍ନାମେଣ୍ଟ ର ମୁଖ୍ୟ ଉଦେଶ୍ୟ ହେଉଛି ଫାଇଟ ଫୋର ଫ୍ରେଣ୍ଡସିପ । ଟୁର୍ନାମେଣ୍ଟକୁ ଡେପୁଟି କଲେକଟର ବିଶ୍ୱରଂଜନ କହଁର, ଭଞ୍ଜନଗର ତହସିଲଦାର ଆଲୋକ କୁମାର ପ୍ରଧାନ, ବିଡିଓ ଅନିଲ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଫକୀର ମୋହନ ମାଝୀ, ସତ୍ୟନାରାୟଣ ବିଷୋୟୀ, କୁନ୍ଦନ ପାତ୍ର, ସନ୍ତୋଷ ମହାରଣା, ବିଶ୍ୱଜିତ ସେଠୀ, ଅଭିନାଶ ବେହେରା ସମେତ ଅନ୍ୟ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ଆୟୋଜନରେ ସହାୟତା କରିଥିଲେ ।

LEAVE A REPLY

Please enter your comment!
Please enter your name here