ଆସିକା ପୋଲିସ ପକ୍ଷରୁ କୋଡିଏ ଲିଟର ମଦ ସହିତ ତିନି ଶହ ଲିଟର ଫଳପୋଚ ଜବତ

0
347

ଆସ୍କା(ଜଗନ୍ନାଥ ସାହୁ)ଆସିକା ପୋଲିସ ପକ୍ଷରୁ ରେଡ କରାଯାଇ କୋଡିଏ ଲିଟର ମଦ ସହିତ ତିନି ଶହ ଲିଟର ଫଳପୋଚ ଜବତ କରାଯାଇଛି । ଆସିକା ନିକଟସ୍ଥ ପାକେଲାପଲ୍ଲୀ ନିକଟରେ ଏମ୍.ରମେଶ,ପିତା ଏମ.ବେଦେଲ ନାମକ ଜଣେ ବ୍ୟକ୍ତି ସ୍ବତନ୍ତ୍ର ଢଙ୍ଗରେ ଏକ ମଦ ପ୍ରସ୍ତୁତ କରୁଥିବା ସମୟରେ ବ୍ୟକ୍ତି ଜଣଙ୍କୁ ଗିରଫ କରିବା ସହ ବହୁମୂଲ୍ୟର ଫଳପୋଚ ଜବତ କରିଛି। ଜବତ ହୋଇଥିବା ମୋଲାସେସ୍ ଗୁଡିକ ଏକ ସ୍ଥାନରେ ଡ୍ରମ୍ ଓ ରସହଣ୍ଡା ମାଧ୍ୟମରେ ମାଟିରେ ପୋତି ସ୍ବତନ୍ତ୍ର ଧରଣର ମଦ ପ୍ରସ୍ତୁତ କରୁଥିଲେ ଅଭିଯୁକ୍ତ ଏମ.ରମେଶ। ଏ ନେଇ ଆସ୍କା ଥାନା କେଶ ନଂ-27/21 ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଥିବା କହିଛନ୍ତି ଆଇ ଆଇ ସି ପ୍ରଶାନ୍ତ କୁମାର ସାହୁ |

LEAVE A REPLY

Please enter your comment!
Please enter your name here